ଓଡିଶାରାଜନୀତି

ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡି

ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ । ଧାମନଗରେ ବିଜେପିର ବୀଜୟ ପରେ ପଦ୍ମପୁର ଉପ ନିର୍ବାଚନରେ ମଧ୍ୟ ବିଜୟୀ ହେବ ବୋଲି ଆଶା ରଖିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଛି ବିଜେଡି । ଏନେଇ ସୁଶାନ୍ତ ସିଂ ନିଜର ପଦ୍ମପୁରରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଧାମନଗରରେ ବିଜେପିକୁ ଅନୁକମ୍ପା ଭୋଟ ମିଲଥିଲା, ମାତ୍ର ପଦ୍ମପୁରରେ ଲୋକଙ୍କ ଅନୁକମ୍ପା ବିଜେଡି ସହିତ ରହିଥିବା ସେ କହିଛନ୍ତି ।

Related posts

ରାଜ୍ୟସ୍ତରୀୟ ‘କାୟାକଳ୍ପ ସମ୍ମାନ’

mahabharatanews

ନକ୍ସଲଙ୍କ ବର୍ବର କାଣ୍ଡ : ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

mahabharatanews

୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ

mahabharatanews