(ଦୀପକ ମିଶ୍ର/ଉଦଳା): ରାଜ୍ୟସ୍ତରୀୟ ‘କାୟାକଳ୍ପ ସମ୍ମାନ’ର ପରିଦର୍ଶନ ପ୍ରତିନିଧି ଦଳ ଭୁବନେଶ୍ୱରରୁ ଆସି ଉପଖଣ୍ଡ ଚିକିତ୍ସାଳୟ ଉଦଳାରେ ପହଞ୍ଚିଥିଲେ । ଉକ୍ତ ଟିମରେ ଡଃ ଦୀପକ କୁମାର ବିଶୋଇ,ଶ୍ରୀ ମାନଓ ଖାରା, ଶ୍ରୀ ସରୋଜ ସିକଦାର ଏବଂ ମୟୂରଭଞ୍ଜ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ଶ୍ରୀ ବିଶ୍ୱରଞ୍ଜନ ରାଉତ ପ୍ରମୁଖ ପରିଦର୍ଶନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ,ଉଦଳାର ଅଧୀକ୍ଷକ ଡଃ ଶିବାନନ୍ଦ ମହାନ୍ତି,ଡଃ ବିଜୟ କେତନ ଦାସ,ଶ୍ରୀମତି ଲିପସା ରାଜନନ୍ଦନୀ ମହାପାତ୍ର,ଶ୍ରୀ ଅଜଙ୍ଗଦେବ ବାରିକ ଓ ଶ୍ରୀ ପଙ୍କଜ କୁମାର ଦଳେଇ ପ୍ରମୁଖ କର୍ମଚାରୀଗଣ କାୟାକଳ୍ପ ପରିଦର୍ଶନ ଟିମକୁ ସ୍ୱାଜତ କରିବା ସଙ୍ଗେ ସେମାନଙ୍କୁ ସହଯୋଗ କରିଥିଲେ । ଚିକିତ୍ସାଳୟର ବହିର୍ବିଭାଗ ,ଡ୍ରେସିଂ କକ୍ଷ, ଆଶୁ ଚିକିତ୍ସା ବିଭାଗ, ସମ୍ମନ୍ୱିତ ପରାମର୍ଶ ଓ ପରୀକ୍ଷଣ କେନ୍ଦ୍ର,ଏନ.ଭି.ବି.ଡି.ସି.ପି , ନିରାମୟ ନିଦାନ ବିଭାଗ,ରଞ୍ଜନ ରଶ୍ମୀ,ଭେଷଜ ବିଭାଗ,ଶିଶୁ ରୋଗ ବିଭାଗ,ପ୍ରସବୋତ୍ତର ବିଭାଗ,ଅସ୍ତ୍ରୋପ୍ରଚାର କକ୍ଷ,ପୃଷ୍ଟି ସାଧନ କେନ୍ଦ୍ର,ରକ୍ତ ଭଣ୍ଡାର ଇତ୍ୟାଦି ବିଭାଗମାନ ପରିଦର୍ଶନ କରିଥିଲେ । ଚିକିତ୍ସାଳୟର ପରିବେଶର ପରିଷ୍କାର ପରିଛନ୍ନତା ତଥା ସାମଗ୍ରିକ ବ୍ୟବସ୍ଥାରେ ଉକ୍ତ ଟିମ ସନ୍ତୋଷ ପ୍ରକାଶ କରିବା ସହିତ ଚିକିତ୍ସାଳୟର ପରିବେଶର ଉନ୍ନତି ସାଧନ ଓ ପ୍ରକୃତି ସୌନ୍ଦର୍ଯ୍ୟକରଣ ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ କି , ବିଗତ ଦୁଇ ବର୍ଷରେ ଉପଖଣ୍ଡ ଚିକିତ୍ସାଳୟ, ଉଦଳାର ଅଧିକ୍ଷକ ଡଃ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଉପଖଣ୍ଡ ଚିକିତ୍ସାଳୟ, ଉଦଳା ଦୁଇ ଥର ରାଜ୍ୟସ୍ତରୀୟ ‘କାୟାକଳ୍ପ ସମ୍ମାନ’ ପ୍ରତିଯୋଗିତାରେ ସାନ୍ତ୍ୱନାମୂଳକ ପୁରସ୍କାର ଗ୍ରହଣ କରିଛନ୍ତି ।
previous post
next post