Uncategorized

ବିଗ୍ ବସ୍-୧୬ରେ ଶିବଙ୍କ ଗଳା ଧରିିଲେ ଅର୍ଚ୍ଚନା

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ବିଗ୍ ପରଦାର ରିଆଲିଟ ଶୋ,ବିଗ୍ ବସ୍ । ବିଗ୍ ବସ୍-୧୬ରେ ଘର ଭିତରେ ଜାରି ରହିଛି ହଙ୍ଗମା । ଏଠି ପ୍ରତିଯୋଗୀ ପରସ୍ପର ସହ ଝଗଡା ଲାଗିବା ନୂଆ କଥା ନୁହେଁ। କିନ୍ତୁ ଚଳିତ ସିଜନରେ ସୀମା ଟପିଛି ପ୍ରତିଯୋଗୀଙ୍କ ଫାଇଟ୍। ସାଉଥର ସନ୍ନି ଲିଓନି କୁହାଯାଉଥିବା ଅର୍ଚ୍ଚନା ଗୌତମ ଅନ୍ୟ ପ୍ରତିଯୋଗୀ ଶିବଙ୍କ ଉପରକୁ ଉଠାଇଛନ୍ତି ହାତ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଦିନ ହେବ ଅର୍ଚ୍ଚନା ଗୌତମ ଓ ଶିବ ଠାକରେଙ୍କ ମଧ୍ୟରେ ଝଗଡା ଜାରି ରହିଛି । ବୁଧବାର ଦିନର ଏପିସୋଡରେ କ୍ୟାପଟେନ୍ସିପ୍ ଟାସ୍କ ବେଳେ ଦୁହେଁ ପୁଣି ମୁହାଁମୁହିଁ ହୋଇଥିଲେ ।

ଆଗାମୀ ଏପିସୋଡଗୁଡିକରେ, ଆପଣ ଏହି ଦୁଇ ଜଣଙ୍କ ମଧ୍ୟରେ ସବୁଠାରୁ ବଡ ଝଗଡା ଦେଖିବାକୁ ପାଇବେ । ଅର୍ଚ୍ଚନା ରାଗରେ ନିଜ ହିତାହିତ ଜ୍ଞାନ ହରାଇ ବସିଛନ୍ତି । ଏପରିକି ଅର୍ଚ୍ଚନା ଶିବ ଠାକରେଙ୍କ ଗଳା ଧରି ତାଙ୍କୁ ଧକ୍କା ମଧ୍ୟ ମାରିଛନ୍ତି । ଏହାପରେ ଅନ୍ୟ ପ୍ରତିଯୋଗୀମାନେ ଅର୍ଚ୍ଚନାଙ୍କୁ ବିଗ୍ ବସ୍ ହାଉସରୁ ବାହାର କରିବା ପାଇଁ ଦାବି କରିଛନ୍ତି । ବିଗ୍ ବସ୍ ମେକର୍ମାନେ ମଧ୍ୟ ଅଧରାତିରେ ଅର୍ଚ୍ଚନାଙ୍କୁ ଶୋ’ରୁ ଆଉଟ୍ କରିଛନ୍ତି । ତାଙ୍କୁ ରାତି ୩ଟାରେ ବିଗ୍ ବସ୍  ହାଉସ୍ ଛାଡିବାକୁ ପଡିଛି । ଏହାପରେ ସେ ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସିଛନ୍ତି । ଏହି ପୂରା ଘଟଣାର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି ।

 

Related posts

ଘରେ ପ୍ରସ୍ତୁତ କରନ୍ତୁ ସାନିଟାଇଜର

mahabharatanews

ଅବନ୍ତୀପୁରାରେ ଏନକାଉଣ୍ଟର: ୩ ଆତଙ୍କୀ ନିହତ

mahabharatanews

ରାଙ୍କିଙ୍ଗର ଟପ୍ ୧୦ ତାଲିକାରେ ଇଶାନ

mahabharatanews