ଭାରତରାଜନୀତି

ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡୋ ପଦ ଯାତ୍ରାରେ ଯୋଗ ଦେଲେ ସୁଶାନ୍ତ ସିଂ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲଙ୍କ ସହ ପଦ ଯାତ୍ରାରେ ଯୋଗ ଦେଲେ ଅଭିନେତା ସୁଶାନ୍ତ । ଗତକାଲିି ମହାରାଷ୍ଟର ନନ୍ଦେଡରେ ଚାଳିଥିବା “ଭାରତ ଯୋଡୋ” ପଦ ଯାତ୍ରାରେ ହୋଇଛନ୍ତି ସୁଶାନ୍ତ ସିଂ । ପରମର୍ତ୍ତୀ ସମୟରେ ଏକ ଜନସଭା କାର୍ଯ୍ୟକ୍ରମରେ ସୁଶାନ୍ତ ଯୋଗ ଦେଇଥିଲେ । ପଦଯାତ୍ରା ସମୟରେ ରାହୁଲ ଏବଂ ସୁଶାନ୍ତଙ୍କ ମଧ୍ୟରେ ଖୁବ୍ ନିବିଡ ସମ୍ପର୍କ ଦେଖିବାକୁ ମିଳିଥିଲା । ଏହା ସହ ଅଭିନେତା ସୁଶାନ୍ତ ସିଂ “ଭାରତ ଯୋଡୋ” ଯାତ୍ରାକୁ ସମ୍ବୋଧିତ କରି ଥିଲେ । ଏବଂ ପ୍ରଥମ ଥର ପାଇଁ ଏକ ସେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗୋ ଦେଇଛନ୍ତି ବୋଲି ୍ୱମଧ୍ୟ କହିଥିଲେ । ଏହା ସହ ସୁାଶନ୍ତ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଦଯାତ୍ରାରେ ସାମିଲି ହେବାର ଏକ ମାତ୍ର କାରଣ ହେଉଛି ଯେ, ,ଏହା ହେଉଛି ଭାରତର ଯାତ୍ରା, ଯାହା ଦେଶକୁ , ଏକଜୁଟ କରିବାରେ ସାହାର୍ଯ୍ୟ କରିବ । ତେବେ ଏହି କାର୍ଯ୍ୟକ୍ରମରେ ସେ ରାହୁଲଙ୍କ ଆତ୍ମ ବିଶ୍ୱାସ ଦୃଢ କରିବା ପାଇଁ କିଛି ଏପରି କହିଥିଲେ ।

ସୂଚନାମୁତାବକ, ପୂଜା ଭଟ୍ଟଙ୍କ ପରେ ଭାରତ ଯୋଡୋରେ ଯୋଗ ଦେଇଥିବା ସୁଶାନ୍ତ ସିଂ ହେଉଛନ୍ତି ଦ୍ୱିତୀୟ ବଲିଉଡ ଅଭିନେତା । ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇ ସୁଶାନ୍ତ ସିଂ କହିଛନ୍ତି ଯେ, ଏହି ପଦ ଯାତ୍ରା ନିଶ୍ଚତ ସଫଳ ହେବ ।ତେବେ ଯାତ୍ରାକୁ ସଫଳ କରିବା ପାଇଁ ଶେଷ ପର୍ୟ୍ୟନ୍ତ ସଂଗ୍ରାମ କରିବା ଆବଶ୍ୟକ ।ଏବଂ ଶେଷରେ ଯେଉଁମାନେ ସାମ୍ବିଧାନିକ ଭାବରେ ଦେଶ ଶାସନ କରିବାକୁ ଚାହୁଁଛନ୍ତି ସେମାନେ ଜିତିବେ। ଏହା ସହ ସୁଶାନ୍ତ ଆହୁରି କହିଛନ୍ତି ଯେ, ହାମ୍ ଲାଡେଙ୍ଗେ … ଓର ଜିତେଙ୍ଗ ।

ଖବରଅନୂଯାୟୀ; ଏହି ପଦଯାତ୍ରାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ବାଲାସାହେବ ଠାକରେ ଏବଂ ତାଙ୍କ ପୁତ୍ର ଆଦିତ୍ୟ ଠାକେରେ ଏହି ପଦ ଯାତ୍ରାରେ ଯୋଗ ଦେବେ । ଏହା ସହ ସଞ୍ଜୟ ଗତ ଗୁରୁବାର କହିଛନ୍ତି ଯେ, ଏହି ତିକ୍ତତା ପରିବେଶକୁ ସମାପ୍ତ କରିବା ଏବଂ ଦେଶକୁ ଏକ କରିବା ପାଇଁ ଏହି ଯାତ୍ରା ଏକ ଆନ୍ଦୋଳନ। ସଞ୍ଜୟ ରାଉତ ଶରଦ ପାୱାରଙ୍କୁ ଭେଟିବାବେଳେ କହିଛନ୍ତି ଯେ “ଭାରତ ଯୋଡା ଯାତ୍ରା’ ଦେଶକୁ ଏକଜୁଟ କରିବା ଏବଂ ତିକ୍ତତାର ପରିବେଶକୁ ସମାପ୍ତ କରିବା ପାଇଁ ଏକ ଆନ୍ଦୋଳନ। ଏହାକୁ ସ୍ୱାଗତ କରାଯିବା ଉଚିତ।ପାୱାର ମଧ୍ୟ ଏହି ଯାତ୍ରାରେ ଯୋଗଦେବାକୁ ସ୍ଥିର ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ହେତୁ ସେ ଯୋଗଦେବେ ନାହିଁ। ସେ ନିକଟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ଯାତ୍ରାରେ ଶରଦ ପାୱାର ଯୋଗ ଦେବେ ନାହିଁ ବୋଲି ଜୟରାମ ରମେଶ କହିଛନ୍ତି।

Related posts

ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର’ ସମ୍ମାନ

mahabharatanews

ମନ୍ଦିର ହଟେଇବାରୁ ଭୁଶୁଡ଼ିଲା ଟନେଲ

mahabharatanews

ମନସୂନ ସେସନକୁ ନେଇ ଶୀଘ୍ର ନିଷ୍ପତ୍ତି ହେବ: ଜୋଶୀ

mahabharatanews