ଭାରତରାଜନୀତି

ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଗସ୍ତରେ

ନୂଆଦିଲ୍ଲୀ: ତିନିଦିନିଆ ୧୭ତମ ଜି-୨୦ ସମ୍ମିଳନୀ ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ଅନୁଷ୍ଠିତ ହେବ । ଏନେଇ ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାବର୍ଷ ଜି-୨୦ ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷତା କରିବ ଭାରତ । ଏବେ ଏହାର ଅଧ୍ୟକ୍ଷତା କରୁଛି ଇଣ୍ଡୋନେସିଆ । ଭାରତ ବିଧିବଦ୍ଧ ଭାବେ ଇଣ୍ଡେନେସିଆଠୁ ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ । ଏହି ପ୍ରରିପେକ୍ଷୀରେ ପ୍ରଧାନମନ୍ତ୍ରୀ ବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜି-୨୦ ସମ୍ମିଳନୀରେ ସାମିଲ ହେବେ । ଏହି ଜି-୨୦ ସମ୍ମିଳନୀ ଭାରତ ପାଇଁ ସ୍ବତନ୍ତ୍ର । ଶିଖର ସମ୍ମିଳନୀରେ ଭାରତ, ଚୀନ ଏବଂ ଆମେରିକା ସମେତ ଅନ୍ୟ ଦେଶର ରାଷ୍ଟ୍ର ପ୍ରମୁଖ ସାମିଲ ହେବେ ।

ଏହି ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଏହା ପ୍ରଭାବ ସମେତ ବୈଶ୍ବିକ ଆହ୍ବାନ ଉପରେ ବ୍ୟାପକ ବିଚାର ବିମର୍ଷ ହେବା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ୪୫ ଘଣ୍ଟା ରହିବେ । ସେଠାରେ ପାଖାପାଖି ୨୦ଟି କାର‌୍ୟ୍ୟକ୍ରମରେ ଯୋଗ ଦେବେ । ସେଥିରେ ଜି-୨୦ ଶିଖର ସମ୍ମିଳନୀ ବି ସାମିଲ ରହିଛି। ତେବେ ସେଠାରେ ସେ ପାଖାପାଖି ୧୦ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଇଣ୍ଡୋନେସିଆରେ ଡାୟସ୍ପୋରାରେ ଭାରତୀୟ ପ୍ରବାସୀଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

Related posts

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

mahabharatanews

ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ

mahabharatanews

ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

mahabharatanews