Accidentଓଡିଶା

ବାଇକ ଦୁର୍ଘଟଣାରେ ହଲ୍ଲିକ୍ସ କର୍ମଚାରୀଙ୍କ ମୃତ୍ୟୁ

ଘଷିପୁରା : ବାଇକ ଦୁର୍ଘଟଣାରେ ହଲ୍ଲିକ୍ସ ଡିଷ୍ଟ୍ରିବୁସନ କମ୍ପାନି କର୍ମଚାରିଙ୍କ ମୃତ୍ୟୁ। ଗତ ଗୁରୁବାର ସନ୍ଧ୍ୟାରେ ଦେଓଗାଁ ଶୈଳଙ୍ଗ ରାସ୍ତାର ଚଅଁମୁହିଁ ରାସ୍ତା କଡରେ ଠିଆହୋଇ ରହିଥିବା ଏକ ଟ୍ରକ ପଛରେ ହଲ୍ଲିକ୍ସ ଡିଷ୍ଟ୍ରିବୁସନ କମ୍ପାନି କର୍ମଚାରୀ ଅଭିମନ୍ୟୁ ସାହୁ ବାଇକ ଧକ୍କା ହୋଇଥିଲା । ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଅଭିମନ୍ୟୁ ହଲ୍ଲିକ୍ସ କମ୍ପାନି ପକ୍ଷରୁ ଆନନ୍ଦପୁର ଅଞ୍ଚଳରେ ଡିଷ୍ଟ୍ରିବୁସନ କର୍ମଚାରୀ ଭାବେ କାର୍ୟ୍ୟ କରୁଥିଲେ । ତାଙ୍କ ପୈତୃକ ଘର ଶାଳଦେଇ ପଞ୍ଚାୟତ କଇଥପାଟଣା ଗ୍ରାମରେ ବୋଲି ଜଣାପଡିଛି ।

Related posts

ଭୁବନେଶ୍ବର ମହାନଗର ନିଗମରେ ୨୨ ସଂକ୍ରମିତ

mahabharatanews

ଗଞ୍ଜାମ ଜିଲ୍ଲାରେ ଜୁନ୍ ୩୦ ପର୍ୟ୍ୟନ୍ତ ବଢିଲା ଲକଡାଉନ୍ କଟକଣା

mahabharatanews

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

mahabharatanews