ମୟୂରଭଞ୍ଜ : ଜାମଦା ବ୍ଲକ ସମ୍ମିଳନୀ କକ୍ଷରେ ପରେଶନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ବ୍ଲକସ୍ତରୀୟ ନୂତନ ସଂଘ ଗଠନ କରାଯାଇଛି । ଏଥିରେ ରାଜ୍ୟ,ଜିଲ୍ଲା,ଉପଖଣ୍ଡର କର୍ମକର୍ତ୍ତାଗଣ ପୂର୍ଣ୍ଣଚନ୍ଦ୍ର ବସା,କାହ୍ନୁଚରଣ ଗିରି,ଦିଲୀପ କୁମାର ମହାନ୍ତ,ପ୍ରଦୀପ କୁମାର ଗିରି,ବାଇଧର ସୋରେନ୍, ରାମଚନ୍ଦ୍ର ଟୁଡୁ, ମୁରୁଲୀଧର ବଳ ଉପସ୍ଥିତ ଥିଲେ । ସମ୍ମିଳନୀ କକ୍ଷରେ ଜାମଦା ବ୍ଲକସ୍ତରୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମୁସ୍ତଫା ଅଲ୍ଲୀଙ୍କୁ ସଭାପତି, ପରେଶନାଥ ନନ୍ଦଙ୍କୁ ଉପସଭାପତି, ସନ୍ତୋଷ କୁମାର ନନ୍ଦଙ୍କୁ ସମ୍ପାଦକ,ତରଣୀସେନ୍ ଦାସଙ୍କୁ ସହସମ୍ପାଦକ,ନରେନ୍ଦ୍ରନାଥ ମହାନ୍ତଙ୍କୁ ଯୁଗ୍ମ ସମ୍ପାଦକ, କାରିଆ ମାଝୀଙ୍କୁ କୋଷାଧ୍ୟକ୍ଷ,ଭାଗିରଥୀ ମହାକୁଡ଼ଙ୍କୁ ନିରୀକ୍ଷକ ରୂପେ ଚୟନ କରାଯାଇଛି । ବିରେନ୍ଦ୍ର ନାରାୟଣ ନାୟକ, ବିଖନ ଚନ୍ଦ୍ର ଦାସ, କାହ୍ନୁ ଚରଣ ଗୋପ,ବଂଶୀଧର ବରାଳଙ୍କୁ ଉପଦେଷ୍ଟା ମଣ୍ଡଳୀ ରୂପେ ଚୟନ କରାଯାଇଥିବା ସୂଚନା ହସ୍ତଗତ ହୋଇଛି । ଜାମଦା ବ୍ଲକର ୧୦ଗୋଟି ପଞ୍ଚାୟତସ୍ତରୀୟ ସଂଯୋଜକ ରୂପେ ବୁଧୁରାମ ସିଂ ତାମୁଡ଼ିଆ, ମାହାତୁ ତନ୍ତୀ, ରାମଚନ୍ଦ୍ର ଟୁଡୁ,ମହେନ୍ଦ୍ର ନାଥ ରଣା, ବେଣୁଧର ବେହେରା, ଗଜେନ୍ଦ୍ର ପିଙ୍ଗୁଆ,ବିଶ୍ବନାଥ ମାର୍ଣ୍ଡି, ମନୋହର ଦାସ, ଯୋଗେଶ୍ବର ମାର୍ଣ୍ଡି ଏବଂ ହରେଶ୍ ନାଥ ନନ୍ଦଙ୍କୁ ଚୟନ କରାଯାଇଛି ।