ଓଡିଶା

ବନ୍ଧାକୋବି ଚାଷରୁ ମିଳିଲାନି ଲାଭ

ବରଗଡ଼ : ଚଷା ଭାଇଟିଏ ଚାଷକରି ତାର ପରିବାର ପ୍ରତିପୋଷଣ କରେ । ହେଲେ ଯଦି ସେଇ ଚାଷରେ ମରୁଡି ପଡେ ତାହେଲେ ଚଷା ଭାଇଟିର ସବୁ ସ୍ୱପ୍ନ ଚୁରମାର ହୋଇଯାଏ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ବନ୍ଧାକୋବି ଚାଷରୁ ମିଳିଲାନି ଲାଭ । ଫଳରେ କ୍ଷେତରେ ଟ୍ରାକ୍ଟର ମଡାଇ ଦେଲେ ଚାଷୀ । ବରଗଡ଼ ଗଞ୍ଜିଆଟିକ୍ରା ଗାଁର ଦୁଇ ଚାଷୀ ମାମରାଜ ପ୍ରଧାନ ଓ ରୂପେଶ ପ୍ରଧାନ । ଲକ୍ଷାଧିକ ଟଙ୍କା ବିନିଯୋଗ କରି ବନ୍ଧାକୋବି ଚାଷ କରିଥିଲେ । ହେଲେ ବନ୍ଧାକୋବି ବିକ୍ରି ତ ହେଲାନି, ମୂଳ ଖର୍ଚ୍ଚ ବି ଉଠିଲାନି । ଶେଷରେ ବାଧ୍ୟହୋଇ ବନ୍ଧାକୋବି କିଆରିରେ ଟ୍ରାକ୍ଟର ମଡାଇଦେଲେ ଚାଷୀ । ଟ୍ରାକ୍ଟରରେ କୋବି ଚାଷ କରିଥିବା ସେହି କ୍ଷେତକୁ ପୋତି ଦେଇଛନ୍ତି । ଏବେ ବଜାରରେ ବନ୍ଧାକୋବି କିଲୋ ୮ରୁ ୧୦ ଟଙ୍କାରେ ବିକ୍ରି ହେଉଛି । ହୋଲସେଲ୍ ଦର କିଲୋପ୍ରତି ୩ ଟଙ୍କାକୁ ଖସି ଆସିଲାଣି । ଚାଷୀଙ୍କ ନିକଟକୁ ଆସୁଥିବା ବେପାରୀମାନେ କ୍ୱିଂଟାଲ ପିଛା ୩ଶହରୁ ଅଧିକ ଟଙ୍କା ଦେବାକୁ ରାଜି ହେଉନାହାନ୍ତି । କୋବି ତୋଳାଳୀ କୃଷି ଶ୍ରମିକ ଦିନକୁ ୩୫୦ ଟଙ୍କା ନେଉଛନ୍ତି । କିଛି ଲାଭ ହେଉନଥିବାରୁ ଛାତିରେ ପଥର ରଖି ଏହିଭଳି ପଦକ୍ଷେପ ନେଇଛନ୍ତି ଛାଷୀ । ତେବେ ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related posts

ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ: ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

+୩ ନାମଲେଖା ବିଜ୍ଞପ୍ତି: ଅଗଷ୍ଟ ୨୦ ତାରିଖରୁ ଆବେଦନ

mahabharatanews