ଓଡିଶା

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଯୋଡ଼ା: ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ନିଜ ସହଯୋଗୀ ମାନଙ୍କ ସହିତ ବିଳମ୍ବିତ ରାତିପର୍ଯ୍ୟନ୍ତ ସେିଲିବ୍ରେସନରେ ସାମିଲ ଥିଲେ । ତା ପୁଣି ନିଜ ଭଡା ଘରେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘର କବାଟ ନଖୋଲିବାରୁ ସନ୍ଦେହରେ କବାଟ ଖୋଲିବାରୁ ସେଠାରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି । ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି । ଡାକ୍ତରଙ୍କ ରୁମ ଭିତରେ ଆସବାବପତ୍ର ଏପଟ ସେପଟ ହୋଇପଡିରହିଥିବା ଦେଖିବାକୁ ମିଳିଥିଲା ।

 

Related posts

ଚନ୍ଦ୍ରରେ ଇତିହାସ ରଚିଲା ଭାରତ 

mahabharatanews

ଚଳିତ ମାସ ୧୩ ରୁ ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ ଆରମ୍ଭ

mahabharatanews

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ

mahabharatanews