ଓଡିଶା

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ବ୍ଳକର ୯ ଟି ପଞ୍ଚାୟତ ଶ୍ରେଷ୍ଠ ଗ୍ରାମାଞ୍ଚଳ ଫୁଟବଲ ଟିମ୍ ଖେଳରେ ଅଂଶ ଗ୍ରହଣ କରିଥିଲେ ।ଫାଇନାଲ ଖେଳରେ ସୁଦର୍ଶନପୁର ପଞ୍ଚାୟତର ଫୁଟବଲ ଟିମ୍ ଭାଲୁବସା ପଞ୍ଚାୟତର ଫୁଟବଲ ଟିମକୁ ହରାଇ ଚମ୍ପିୟାନ ହୋଇଥିଲା । ବ୍ଳକର ଶ୍ରେଷ୍ଠ ଫୁଟବଲ ତାରକାମାନଙ୍କୁ ନେଇ ଆଗାମୀ ଦିନରେ ବାରିପଦାରେ ଜିଲ୍ଲାସ୍ତରୀୟ ଫୁଟବଲ ଟିମ୍ ରେ ଅଂଶଗ୍ରହଣ କରିବେ । ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥି ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ରାଇରଙ୍ଗପୁର ବ୍ଳକର ବିଡ଼ିଓ ଶ୍ରୀ ସାଗର ମୁର୍ମୁ, ଜିଲ୍ଲା ପରିଷଦ ସଦସ୍ୟ ଓ ଜନ ପ୍ରତିନିଧି ମାନେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ଅତିଥି ଡାକ୍ତର ଦେବାଶିଷ ମାରାଣ୍ଡି କହିଥିଲେ ମୟୂରଭଞ୍ଜ ଜିଲ୍ଲାର ପ୍ରତି କୋଣେ ଅନୁକୋଣେ ଫୁଟବଲ ଖେଳର ପ୍ରାଣ ଅଛି ।ଆଗାମି ଦିନର ସ୍ବତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଯୁବ ଫୁଟବଲ ତାରକାମାନଙ୍କୁ ଉତ୍ସାହିତ ଓ ନୂତନ ପ୍ରତିଭା ସୃଷ୍ଟି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ସହ ଫୁଟବଲ ଖେଳାଳୀମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ କରାଯିବ । ଯାହାଦ୍ବାରା ଏହି ଅଂଚଳରୁ ଯୁବ ପ୍ରତିଭା ମାନେ ଜିଲ୍ଲା,ରାଜ୍ୟ ଓ ଜାତୀୟ ଖେଳାଳି ସୃଷ୍ଟି ହୋଇ ମୟୂରଭଞ୍ଜ ଜିଲ୍ଲାର ଫୁଟବଲ ଖେଳର ଗୌରବ ବହନ କରିବେ ।ଭଲ ଖେଳାଳି ମାନେ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରୀରେ ସୁଯୋଗ ପାଇ ପାରିବେ । ପରେ ଚମ୍ପିୟାନ ଟିମ୍ ଏବଂ ରନର୍ସ ଅପ୍ ଟିମକୁ ଅତିଥିଗଣ ପୁରସ୍କୃତ କରିବା ସହ ନବ ବର୍ଷ ଓ ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Related posts

ଅଚ୍ୟୁତାନନ୍ଦଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

mahabharatanews

ଇରାନରେ ମୃ.. ସଂଖ୍ୟା ୨୦୦୦ ଟପିଲା

mahabharatanews

ନନ୍ଦାହାଣ୍ଡିରେ ଭାଲୁ ଆତଙ୍କ

mahabharatanews