ବଲାଙ୍ଗୀର/ ଜଗନ୍ନାଥ ଧରୁଆ : ବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ବରଗଡ କାର୍ୟ୍ୟରତ ସାମ୍ବାଦିକ ବଦ୍ରୀ ପ୍ରସାଦ ସାହୁଙ୍କୁ ବରଗଡ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଲିସ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ନେବାକୁ ଦାବି କରିଛି । ଦିନ କୁ ଦିନ କାର୍ୟ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଥିବା ନଜର ହେଉଛି । ବରଗଡ ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡର ସକାଳ ସିଟି ରିପୋର୍ଟର ବଦ୍ରୀ ପ୍ରସାଦ ସାହୁଙ୍କୁ ପୋଲିସ ଦ୍ୱାରା ଆକ୍ରମଣ କରାଯାଇଛି । ରିପୋର୍ଟର ଶ୍ରୀ ସାହୁ ସଂନ୍ଧ୍ୟା ସମୟରେ ଧନୁଯାତ୍ରାର ଖବର ସଂଗ୍ରହ ପାଇଁ ଯାଉଥିବା ସମୟରେ କଚେରୀ ଛକ ନିକଟରେ ପ୍ରବଳ ଭିଡ ରହିଥିଲା । ଭିଡରେ ଛାତ୍ର ଛାତ୍ରୀ , ମହିଲା ଓ ବୃଦ୍ଧବୃଦ୍ଧା ମାନଙ୍କୁ ସେଠାରେ ନିଯୁକ୍ତ ଥିବା ପୋଲିସ କର୍ମଚାରି ଅଟକାଇଥିଲେ । ଯାହା ଫଳରେ ଟ୍ରାଫିକ ଜାମ ହେବା ସହ ଲୋକେ ଅଣନିଶ୍ୱାସୀ ହୋଇ ପଡିଥିଲେ । କାହିକିଁ ଏମିତି ଟ୍ରାଫିକ ସମସ୍ୟା ରହିଛି ବୋଲି ଶ୍ରୀ ସାହୁ ପୋଲିସ କର୍ମଚାରିଙ୍କୁ ପଚାରି ତାର ସମାଧାନ କରିବାକୁ କହିଥିବା ବେଳେ ପୋଲିସ କିଛି ନ ଶୁଣି ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ । ଧିରେ ଧିରେ ଟ୍ରାଫିକ ଜାମ ହେଉଥିବା ଯୋଗୁ ଖବର ସଂଗ୍ରହ ପାଇଁ ଟ୍ରାଫିକର ଭିଡିଓ ନେବା ସମୟରେ ପୋଲିସ କର୍ମଚାରି ମାନେ ପ୍ରବଳ ମାଡ ମାରିଥିଲେ । ଏନେଇ ଗତକାଲି ଶନିବାର ଦିନ କଣ୍ଟାବାଞ୍ଜି ପ୍ରେସକ୍ଲବ ପକ୍ଷରୁ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରା ଯାଇଅଛି ।
previous post