Uncategorized

ନୀଜ ସ୍ତ୍ରୀକୁ ମାରି ନିଜେ ଟଳିଲେ

ଫିରୋଜପୁର : ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ ଅଧିକାରୀଜଣକ ଲେଖି ଯାଇଥିବା ‘ସୁସାଇଡ୍ ନୋଟ୍’ରେ ସ୍ବୀକାର କରିଛନ୍ତି ବୋଲି ଉପରୋକ୍ତସୂତ୍ର ସୂଚନା ଦେଇଛି। ‘ସୁସାଇଡ୍ ନୋଟ୍’ଟି ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ଙ୍କ ଶବ ନିକଟରୁ ମିଳିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି । ସେନା ଅଧିକାରୀ ତଥା ଲେଫ୍ଟନାଣ୍ଟ୍ କର୍ଣ୍ଣେଲଙ୍କ ବାସଭବନରୁ ହିଁ ତାଙ୍କର ଓ ସ୍ତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି। ସେନା ଓ ପଞ୍ଜାବ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

mahabharatanews

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews

ବ୍ରିଜ ତଳକୁ ଖସି ବୃଦ୍ଧଙ୍କ ମୃତ୍ୟୁ

mahabharatanews