ଭାରତ

ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ପରଲୋକ

ଚଣ୍ଡିଗଡ: ଦେଶରେ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଯାତ୍ରା ଜାରି ରହିଛି । ହେଲେ ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ପରଲୋକ ଘଟିଛି। ଏହି ଦୁଃଖଦ ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଆଜି ସକାଳ ସମୟରେ ପଞ୍ଜାବର ଫିଲୌରଠାରେ ଭାରତ ଯୋଡୋ ଯାତ୍ରାରେ ଯାଉଥିବା ସମୟରେ ଜଳନ୍ଦରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଛାଡି ହସ୍ପିଟାଲ ପହଞ୍ଚିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ସାଂସଦ ସନ୍ତୋଖ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପଞ୍ଜବାର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Related posts

ମଣିପୁର ହିଂସା : ସିବିଆଇ ତଦନ୍ତ ପାଇଁ ଅନୁମତି ଦେଲେ ଗୃହମନ୍ତ୍ରୀ

mahabharatanews

ଜୀବନସାଥୀ ବାଛିଲେ ଟିନାଙ୍କ ପୂର୍ବତନ ସ୍ବାମୀ

mahabharatanews

ସ୍ୱିଗିରୁ ଖାଦ୍ୟ ମଗାଉଥିଲେ ଏବେ ଦେବାକୁ ପଡିବ ଅଧିକ ୨ଟଙ୍କା

mahabharatanews