ଭାରତ

ମଣିପୁର ହିଂସା : ସିବିଆଇ ତଦନ୍ତ ପାଇଁ ଅନୁମତି ଦେଲେ ଗୃହମନ୍ତ୍ରୀ

(ମଣିପୁର) :  ମଣିପୁରରେ ଘଟିଥିବା ହିଂସାର ତଦନ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି । ସିବିଆଇର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ଏହି ହିଂସା ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ଏ ନେଇ ଏକ କମିଶନ ଗଠନ କରାଯିବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦାରଖ କରିବେ ।

ଆହୁରି ଶାହା କହିଛନ୍ତି ଯେ ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ମଣିପୁରର ରାଜ୍ୟପାଳ ନାଗରିକ ସମାଜର ସଦସ୍ୟମାନଙ୍କ ସହିତ ଏକ ଶାନ୍ତି କମିଟିର ନେତୃତ୍ୱ ନେବେ । ହିଂସା ଘଟଣାର ତଦନ୍ତ ପାଇଁ ମଣିପୁରରେ ଅନେକ ଏଜେନ୍ସି କାର୍ଯ୍ୟ କରୁଛନ୍ତି । ଷଡଯନ୍ତ୍ରକୁ ଦର୍ଶାଇ 6 ଟି ହିଂସା ଘଟଣାର ଉଚ୍ଚ ସ୍ତରୀୟ ସିବିଆଇ ଦ୍ୱାରା କରାଯିବ ଏବଂ ଆମେ ନିଶ୍ଚିତ କରିବୁ ଯେ ତଦନ୍ତ ନ୍ୟାୟପୂର୍ଣ୍ଣ ହେବ ।

Related posts

ସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡ

mahabharatanews

ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ

mahabharatanews

ଦେଶରେ ସୁନା ଦର ବଢିବା ପରେ ଏବେ ଲୋକଙ୍କୁ ଘାରିଲାଣି ପେଟ୍ରୋଲ ଚିନ୍ତା ।

mahabharatanews