Uncategorized

ରାଜନୈତିକ ମଞ୍ଚ ଖୋଜୁଛନ୍ତି ବରିଷ୍ଠ ନେତା ଦିଲ୍ଲୀପ

ଭୁବନେଶ୍ୱର : ବିଜେଡି ଆଡକୁ ଢଳୁଛନ୍ତି କି ବରିଷ୍ଠ ନେତା ଦିଲ୍ଲୀପ ରାୟ । ୨୦୧୮ରେ ବିଧାୟକ ପଦରୁ ଇସ୍ତଫା ଦେବା ସହ ବିଜେପି ଛାଡିଦେବା ପରେ ଏକ ରାଜନୈତିକ ମଞ୍ଚ ଖୋଜୁଛନ୍ତି ଦିଲ୍ଲୀପ । ଚର୍ଚ୍ଚା ହୋଇଥିଲା ୨୦୧୯ ରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଦିଲ୍ଲୀପ । ସେତେବେଳେ ଆଲୋଚନା କରାଯାଉଥିଲା ଯେ, ଦିଲ୍ଲୀପ ହୁଏତ ପୁଣି ବିଜେଡିକୁ ଫେରିପାରନ୍ତି । ଏହି ଚର୍ଚ୍ଚା ବହୁ ପୁରୁଣା ହୋଇଗଲାଣି । କିନ୍ତୁ ଚର୍ଚ୍ଚାକୁ ତାଜା କରିଛି ରାଉରକେଲାରେ ହକି ଆୟୋଜନ ସମୟରେ ଦିଲ୍ଲୀପଙ୍କ ସହ ବରିଷ୍ଠ ବିଜେଡି ନେତାଙ୍କ ଫଟୋ । ବଡକଥା ହେଉଛି, ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦିଲ୍ଲୀପଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି । ଏହି ଫଟୋରେ ପ୍ରଣବ ବଳବନ୍ତରାୟ, ସୁଶାନ୍ତ ରାଉତଙ୍କ ଭଳି ବିଜେଡି ନେତାମାନେ ମଧ୍ୟ ନଜର ଆସୁଛନ୍ତି । ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଗୋଟିଏ କୋଠରୀରେ ବସି ଏହି ନେତାମାନେ ଆଲୋଚନା କରୁଛନ୍ତି । ଯାହାକୁ ନେଇ ନୂଆ ରାଜନୈତିକ ସମୀକରଣର ସନ୍ଦେହ ବଢୁଛି ।

Related posts

ସାରା ଦେଶରେ କରୋନା ପରୀକ୍ଷଣ ପାଇଁ ଗୋଟିଏ ଦର ଲାଗୁ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଓଡିଶୀ ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବ

mahabharatanews

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା

mahabharatanews