ଗଞ୍ଜାମ/ ରଜନୀକାନ୍ତ ପାତ୍ର : ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ମା ବ୍ୟାଘ୍ରଦେବୀ ଘରୋଇ ବସ ମାଲିକ ସଂଘ ହିଂଜିଳିକାଟୁର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବସଷ୍ଟାଣ୍ଡ ଠାରେ ଏକ ସଭା କରାଯାଇ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ହିଂଜିଲିକାଟୁ ପୌରପରିସଦର ଅଧକ୍ଷ ସୁବାଷ ଚନ୍ଦ୍ର ପଲେଇ, ମୁଖ୍ୟ ବକ୍ତା ରୂପେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସଂମାନିତ ଅତିଥି ରୂପେ ଗ୍ରୀଟ୍ ଅଧକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଏମଭିଆଇ ରବୀନ୍ଦ୍ର ନାଥ ଜେନା, ଗଂଜାମ ଜିଲ୍ଲା ଘରୋଇ ବସ ସଂଘ ସମ୍ପାଦକ ସନ୍ତୋଷ କୁମାର ପତି,ହିଂଜିଲିକାଟୁ ଘରୋଇ ବସ ମାଲିକ ସଂଘ ସଭାପତି ଅରକ୍ଷିତ ଜେନା ମଞ୍ଚାସିନ ଥିଲେ । ଏହି ସଭା କୁ ବରିଷ୍ଠ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା ପରିଚାଳନା କରିଥିଲେ । ହେଲମେଟ ପିନ୍ଧି ଗାଡି ଚଳାଇବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା ଏବଂ ଟ୍ରାଫିକ ନିୟମ ମାନି ଗାଡି ଚାଳନା,ସିଟ ବେଲ୍ଟ ପିନ୍ଧି ଗାଡି ଚଲେଇବା ପାଇଁ ସଚେତନ କରାଯାଇଥିଲା । ସୋଲାସିୟମ ଫଣ୍ଡ ଯୋଜନା ମାଧ୍ୟମରେ ଅଜଣା ଯାନ ବାହାନ ଦ୍ଵାରା ଦୁଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଓ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ୫୦ହଜାର ଟଙ୍କା ସହାୟତା ଦୁର୍ଘଟଣାର ଏକ ବର୍ଷ ମଧ୍ୟରେ ହିଁ ଆବେଦନ କରିବାକୁ ପଡିବ।ଏକ ସଚେତନତା ଭିଡିଓ ବାର୍ତା ସହ ରଥ ସହର ପରିକ୍ରମା କରିଥିଲା ।
previous post
