ଓଡିଶା

ପ୍ରଶାସନର କଟକଣାକୁ ଫୁ

(ହିଞ୍ଜିଳିକାଟୁ,ରଜନୀ କାନ୍ତ ପାତ୍ର): କରୋନାକୁ ନେଇ ସବୁଠାରେ ମାନବ ସମାଜ ତ୍ରାହି ତ୍ରାହି ଡାକୁଥିବା ବେଳେ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ସ୍ଥିତିରେ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରଚାର ପ୍ରସାର ହେଉଛି। ସାରା ଭାରତରେ ଲକ୍ ଡାଉନ୍ ଜାରୀ ରହିଥିବା ବେଳେ ହିଞ୍ଜିଳିକାଟୁ ତହସିଲ ଅଧିନରେ କିଛି ଇଟାଭାଟି ସଂସ୍ଥା ଏହାକୁ ଅତି ହାଲକା ଭାବରେ ଗ୍ରହଣ କରି ଇଟା ପ୍ରସ୍ତୁତ କରୁଛନ୍ତି। କରୋନାକୁ ନେଇ ସମସ୍ତ ଭୟବିତ୍ ରହିଥିବା ସାଙ୍ଗକୁ ମୁଣ୍ଡ ଫଟା ଖରାରେ ବହୁ ସଂଖ୍ୟକ ଶ୍ରମିକ ଏକତ୍ରିତ ହୋଇ କାମ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନା କରିବା ସ୍ଵତ୍ତେ ଏହାକୁ ସଂପୃକ୍ତ ଅମାନିଆ ମାଲିକ୍ ମାନିବାକୁ ନାରାଜ। ଜୀବିକା ଉପାର୍ଜନ ଓ ପେଟ ପାଟଣା ପାଇଁ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓ ଛତିଶଗଡ଼ ରାଜ୍ୟରୁ ଅଧିକାଂଶ ଶ୍ରମିକ ଆସି ଇଟାଭାଟି ଗୁଡ଼ିକ କାମ କରନ୍ତି। ଖରାରେ ଶ୍ରମିକମାନେ ଏକତ୍ରିତ ହୋଇ କାମ କରୁଥିବା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହେବା ପରେ ମାଲିକ୍ ମାନେ ଅତି ଚତୁରତା ସହ ରାତ୍ରି ସମୟ ଇଟା ପ୍ରସ୍ତୁତ କରୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏତେ ସବୁ ସେଚତନତା କଲେ ମଧ୍ୟ ଗୋଷ୍ଠୀ ଗୋଷ୍ଠୀ ହୋଇ ଶ୍ରମିକମାନେ କାର୍ୟ୍ୟ କରୁଛନ୍ତି ତାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତେବେ ସେ ଯାହା ହେଉ ନା କାହିଁ ବେଳେ ଥାଉ ଥାଉ ପ୍ରଶାସନ ସଜାଗ ହୋଇ ଏହା ପ୍ରତି ଦୃଷ୍ଟି ଦେଇ ଏହାକୁ ରୋକିବା ଆବଶ୍ୟକ ବୋଲି ବୃଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ କୌଣସି ପଦ ଅଧିକାରୀଙ୍କ ସହ ଯୋଗା ଯୋଗ ସମ୍ଭବ ହୋଇପାରି ନାହିଁ।।

Related posts

ପୂର୍ବତନ ମନ୍ତ୍ରୀ ସେଖ ମତଲୁବ ଅଲ୍ଲୀଙ୍କ ପରଲୋକ

mahabharatanews

ମନୋଜ ମିଶ୍ରଙ୍କ ଉପରୁ ହଟିବ ଵ୍ୟାନ୍ 

mahabharatanews

ଲୋକ ମହୋତ୍ସବ ତୃତୀୟ ଦିନରେ  ଦୁଲିକିଲା ମଣ୍ଡେଇ ମଞ୍ଚ

mahabharatanews