ଓଡିଶା

ଚଢେଇ ପାହାଡ଼ିରେ ମାଣ୍ଡିଆର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

ରାଇରଙ୍ଗପୁର : ଓଡିଶା ସରକାରଙ୍କ ପ୍ରୟାସ ରେ ରାଜ୍ୟ ରେ ମିଲେଟ୍ ମିଶନ ଓଡିଶା ଯୋଜନା କାର୍ୟ୍ୟକରୁଛି । ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟର ଖାଦ୍ୟ କିପରି ପାଇବେ ସେ ନେଇ ସଚେତନତା କାର୍ୟ୍ୟକ୍ରମ ମଧ୍ୟ ପ୍ରତ୍ୟେକ ବ୍ଲକ ମାନଙ୍କରେ ଅନୁଷ୍ଠିତ କରାଯାଉଅଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ୍ କରାଯାଉଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ଵାରା ଚାଷୀ ମନକୁ ସଚେତନତା ପାଇଁ ପୁଷ୍ଟି ଶସ୍ୟ ଖାଦ୍ୟର ମେଳା ଅନୁଷ୍ଠିତ କରାଯାଉଅଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଚଢେଇପାହାଡ଼ି ଗାଁ ରେ ପୁଷ୍ଟି ଶସ୍ୟ ଖାଦ୍ୟ ମେଳା କରାଯାଇଥିଲା । ଉକ୍ତ ମେଳାକୁ ବିମାନଘାଟି ଉପଖଣ୍ଡ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଶକୁନ୍ତଳା ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜାତଳା ବ୍ଳକ ଅଧ୍ୟକ୍ଷା ରାନୀ ମୁର୍ମୁ , ଏ ଡି ଏ ଓ କରୁ ମୁର୍ମୁ ଓ ବ୍ଲକ ଉପାଧ୍ୟକ୍ଷା , ସରପଞ୍ଚ,ପିଏସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରକୁ ପରିଚାଳନା କରିଥିଲେ ଏଏଓ ଅଜୟ କୁମାର ମହାନ୍ତି, ଦୁଲାଳ ସମ୍ପାଦକ ପଙ୍କଜ କୁମାର ବେହେରା ଓ କାର୍ୟକ୍ରମ ଅଧିକାରୀ ଅରୁଣ କୁମାର ଶେଖର,ବିଶେଷ ଭାବରେ ସହଯୋଗ କରିଥିଲେ ୫ ଟି ଏସଏଚଜି ଗ୍ରୁପ ମହିଳା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡ଼ିଥିଲା । ସେତି ମଧ୍ୟରୁ ଜୋହର୍ ଆୟ ଏସଏଚଜି, ଲିଟ ଗୋସାଇଁ ଏସଏଚଜି , ମା ଲକ୍ଷ୍ମୀ ଏସଏଚଜି ଓ ଯାଉଁନ୍ତି ଏସଏଚଜି, ସ୍ୱୟଂ ସହାୟକ ମହିଳା ମାନେ ମାଣ୍ଡିଆ ରେ ୨୬ ପ୍ରକାରର ଟିଫିନ୍ ଆଇଟମ୍ ପ୍ରସ୍ତୁତ କରିଥିଲେ । ପୁଷ୍ଟିକର ଖାଦ୍ୟ ମଧ୍ୟରେ ମାଣ୍ଡିଆ ରେ ପ୍ରସ୍ତୁତ ଗୁଲୁଗୁଲା, ଜିଲାପି, ସେଓ, ସିଙ୍ଗଡା, ଆଲୁଚପ, ଖୋଜା, ନିମିକି, କାକରା,ପୁରି, ଇଟଲି , ପିଠା ଇତ୍ୟାଦି ପ୍ରସ୍ତୁତ କରି ମେଳାରେ ସମସ୍ତ ଦର୍ଶକଙ୍କୁ ଖାଇବାକୁ ଦେଇଥିଲେ । ସମସ୍ତେ ଖାଇବା ପରେ ମାଣ୍ଡିଆ ର ସ୍ୱାଦ ପରଖି ଥିଲେ ।

Related posts

ବସକୁ ଧକ୍କା ଦେଲା ଟ୍ରକ୍, ୨ ଗୁରୁତର ୫ ଆହତ

mahabharatanews

ଧୂମଧାମରେ ପାଳିତ ହେଲା ଗଣ୍ଠିବନ୍ଧା ଉତ୍ସବ

mahabharatanews

ଓଡିଶାରେ ପୁଣି ୯ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews