ଓଡିଶା

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଭାଲୁବସା ଛକ ପାଖରେ ରବିବାର ୭.୩୦ ଟା ପାଖାପାଖି ସମୟରେ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବିକାଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଆଜି ରାଇରଙ୍ଗପୁରସହର ସନ୍ନିକଟ ଭାଲୁଵସା ଗ୍ରାମରେ ଗ୍ରାମୀଣ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ପୁରୁଣିଆ ଗ୍ରାମର ଦୀନ ଗରିବ ଚାଷୀ ତଥା ପରିବା ବିକାଳି ରାମ ଦାସ ସୋରେନ(୫୫/୬୦) ନିଜର ପରିବାର ପ୍ରତିପୋଷଣ ପାଇଁ ଏହି ଗ୍ରାମକୁ ପରିବା ବିକି ଫେରୁଥିବା ସମୟରେ ଭାଲୁଵସା ଛକରେ ରାଇରଙ୍ଗପୁର ରୁ ଯଶିପୁର ଯାଉଥିବା ଅଜଣା ବୋଲେରୋ ଗାଡ଼ି ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ହରାଇ ପଡ଼ି ରହିଥିଲେ ।

ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୁଇ ଘଣ୍ଟା ଧରି ରାସ୍ତା ଜମି କରିଥିଲେ ।ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀଣୀ ସ୍ବର୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ଲୋକେ ରାସ୍ତାରୁ ହଟିଥିଲେ ।ପୋଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ହେବ ।

Related posts

ଜେସିବି ଜାଳିଦେଲେ ନକ୍ସଲ

mahabharatanews

ଜି-୨୦ ଅଧ୍ୟକ୍ଷତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

mahabharatanews