Uncategorized

ନବରଙ୍ଗପୁରକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧିନରେ ଡାକ୍ତରଙ୍କ ଟିମ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଡାକ୍ତରଙ୍କ ଏକ ଟିମ୍ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି । ଭଲ ଚିକିତ୍ସା, ଯତ୍ନ ଆବଶ୍ୟକତା ଥିବା ରୋଗୀମାନଙ୍କୁ ସେମାନେ ଚିକିତ୍ସା କରିବେ। ଏହି ଗସ୍ତ ସମୟରେ ନବରଙ୍ଗପୁରରେ ପ୍ରାୟ ୮୦୦ ରୋଗୀ ଚିକିତ୍ସିତ ହେବାର ଆଶା କରାଯାଉଛି ବୋଲି ସଚିବ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି । ସୂଚନା ଅନୂଯାୟୀ ଦୁଇ ବର୍ଷ ପୂର୍ବେ ଅର୍ଥାତ ୨୦୨୧ ମସିହା ଡିସେମ୍ବର ମାସରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ର ଉଦଘାଟନ କରିଥିଲେ । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ବାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଥିଲେ । ଏହା ଜରିଆରେ ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ। ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି। ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ କରିଛନ୍ତି।

Related posts

ଅମ୍ଫାନରେ ୨୧ ଜଣଙ୍କ ମୃତ୍ୟୁ ସୂଚନା

mahabharatanews

କଂଗ୍ରେସ ପ୍ରତିଷ୍ଠା ଦିବସ: ପ୍ରତି ରାଜ୍ୟରେ ସିଏଏ ବିରୋଧୀ ଶୋଭାଯାତ୍ରା ଶୁଭାରମ୍ଭ

mahabharatanews

ବିଜେପିର ୪୦ତମ ସ୍ଥାପନା ଦିବସ

mahabharatanews