ଓଡିଶା

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

ରାଇରଙ୍ଗପୁର/ସତ୍ୟନାରାୟ ପାଲ : ସଦ୍ୟ ସମାପ୍ତ ହୋଇଥିବା ଓଡ଼ିଶାର ଶୀର୍ଷ ସମବାୟ ସମିତି ଗୁଡ଼ିକର ନିର୍ବାଚନରେ ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ମୟୂରଭଞ୍ଜର ରାଇରଙ୍ଗପୁର ନିବାସୀ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ବନ୍ଦରେ ୩ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି।।

ଏହା ପୂର୍ବରୁ ମଧ୍ୟ ସେ ବାମନ ଘାଟି ଗୃହନିର୍ମାଣ ସମବାୟ ସମିତି ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଶୁଚିଶ୍ମିତା ପଟ୍ଟନାୟକ ରାଇରଙ୍ଗପୁର ନିବାସୀ ବିଶିଷ୍ଟ ସମାଜସେବୀ ତଥା ବାମନ ଘାଟି ଗୃହ ନିର୍ମାଣ ସମବାୟ ସମିତି ର ସଭାପତି ଡ଼ଃ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ଧର୍ମପତ୍ନୀ ଅଟନ୍ତି ।ସେ ଜଣେ ଅମାୟିକ, ସରଳ , ସ୍ନେହଶୀଳା, ମହିଳା ତଥା ଗୃହିଣୀ ଅଟନ୍ତି । ଅନ୍ୟ ପକ୍ଷରେ ସେ ଜଣେ ଉଚ୍ଚ ଶିକ୍ଷିତା, ଲେଖିକା , ସାହିତ୍ୟିକା ମଧ୍ୟ ଅଟନ୍ତି । ସେ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ମାନଙ୍କ ସହ ସଦା ସର୍ବଦା ଜଡ଼ିତ ରହି ଜନ କଲ୍ୟାଣ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି।। ଶୁଚିଶ୍ମିତା ପଟ୍ଟନାୟକ ଏହି ସଫଳତା ନିମନ୍ତେ ବାମନଘାଟି ଗୃହ ନିର୍ମାଣ ସମବାୟ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ତଥା ଶୁଭେଚ୍ଛୁ ଓ ହିତାକାଙ୍ଖୀ, ବୁଦ୍ଧିଜୀବୀ ମାନଙ୍କୁ ନିଜର ଗଭୀର କୃତଜ୍ଞତା ଜଣାଇଛନ୍ତି ।

Related posts

ମା’ ପାଖରୁ ନଦୀ ସ୍ରୋତରେ ଭାସିଗଲା ୨୨ ମାସର ନିଷ୍ପାପ ଶିଶୁ

mahabharatanews

ଉପକୃତ ହେବେ ୩୩,୦୩୮ ଶିକ୍ଷକ

mahabharatanews

ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀଙ୍କୁ ପୋଷାକ ବଂଟନ

mahabharatanews