ଓଡିଶା

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ମେଘା ଜଳ ପ୍ରକଳ୍ପ ଓଭରହେଡ଼ ଟାଙ୍କି ର ଉପରୁ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉରୀପଦା ଗ୍ରାମପଞ୍ଚାୟତ ର କେମ୍ପସଡା ଗ୍ରାମ ଠାରେ ନିର୍ମିତ ହେଉଥିବା ମେଘା ଜଳ ପ୍ରକଳ୍ପ ଓଭରହେଡ଼ ଟାଙ୍କି ଉପରୁ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଁଞ୍ଚି ମୃତ୍ୟୁ ଦେହ ଉଦ୍ଧାର କରିଛି ।ସୂଚନା ଅନୁଯାଇ, ମୃତ ଯୁବକ ଙ୍କ ନା ପରାନ ମୋଦି(୨୧)ହୋଇଥିବା ବେଳେ ତାଙ୍କ ଘର ପଶ୍ଚିମବଙ୍ଗ । ସେ ସାଥିମାନଙ୍କ ସହ ଏଲଣ୍ଟି କମ୍ପାନୀ ନବନିର୍ମିତ ଟାଙ୍କି ରେ ଦୁଇମାସ ହେବ ନିର୍ମାଣ କାର୍ୟ୍ୟ କୋରିଆସୁଥିଲେ । ଗତ ରାତି ରେ ସାଙ୍ଗ ସାଥି ହୋଇ ସମସ୍ତେ ଖାଇପିଇ ଏକା ସହିତ ଶୋଇଥିଲେ । ଆଜି ଟ୍ୟାଙ୍କର ଉପରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।ଖବର ପାଇ ସଦର ପୋଲିସ ଘଟଣା ସ୍ଥଳେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପଚାରଉଚରା ଜାରି ରଖିଛି ।ଯୁବକ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଧେହ କରା ଯାଉଛି ।

Related posts

ଟନେଲରେ ୪୧ ଶ୍ରମିକ ; ସମ୍ବଲପୁରରୁ ଗଲା ଅତ୍ୟାଧୁନିକ ମେସିନ

mahabharatanews

ଆଜି ହେରାପଞ୍ଚମୀ, ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ

mahabharatanews

ଖୋଲିବ ଲିଙ୍ଗରାଜ ମନ୍ଦିର

mahabharatanews