ଭାରତ

ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ଯୁଦ୍ଧବିମାନରେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ସୁଖୋଇ-୩୦ ଲଢୁଆ ବିମାନରେ ବସି ମହାମହି ଆଜି ଉଡିବେ । ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ଏଠାରେ ସୁଖୋଇ ଯୁଦ୍ଧ ବିମାନରେ ବସିବାର ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ରହିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡ଼ାଣ ଭରିଛନ୍ତି । ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି ।ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡିଥିଲେ । ନଭେମ୍ବର ୨୦୦୯ରେ ସୁଖୋଇ ବିମାନରେ ବସିଥିଲେ ପ୍ରତିଭା ପାଟିଲ । ପୁଣେ ଏୟାରବେସ୍ରୁ ଉଡାଣ ଭରିଥିଲେ ପୂର୍ବତନ ରାଷ୍ଟ୍ରପତି ।ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମ ବି ସୁଖୋଇ-୩୦ରେ ବସିଥିଲେ ।ସୁପରସୋନିକ ଲଢୁଆ ବିମାନରେ ବସି ୩୦ ମିନିଟ୍ ଧରି ଉଡିଥିଲେ ଅବ୍ଦୁଲ କଲାମ୍ ।ଏମକେଆଇ ବିମାନରେ ବସି ଉଡାଣ ଭରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

Related posts

 ଅପରେସନ୍ ଅଜୟ; ଆଉ ଫେରିଲେ ୨୭୪ ଭାରତୀୟ 

mahabharatanews

କୋଭିଡ ସମୀକ୍ଷା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

mahabharatanews

ପ୍ରଥମ ନିଜସ୍ୱ SSLV ମିଶନକୁ ଲଞ୍ଚ କରି ଇସ୍ରୋ ରଚିଲା ଇତିହାସ

mahabharatanews