ଓଡିଶା

ପାଣୀ ଟାଙ୍କି ଉପରକୁ ଚଢିଗଲା ପ୍ରେମିକ ପ୍ରବର, ପ୍ରେମିକାକୁ କଲା ଭିଡିଓ କଲ୍

ବଲାଙ୍ଗୀର/ ପାଟଣାଗଡ଼: ଦେଓଗାଁରେ ଗତକାଲି ସକାଳ ୧୦ ଟା ସମୟରେ ନିଜ ଗ୍ରାମରେ ଥିବା ପାଣୀ ଟାଙ୍କି ଉପରକୁ ଚଢି ଯାଇ ଥିଲେ ପ୍ରେମିକ ପ୍ରବର ପିଣ୍ଟୁ ହରିପାଲ ! ସୋଲେ ଫିଲ୍ମ ଷ୍ଟାଇଲ୍ ରେ ଆତ୍ମହତ୍ୟା ଉଦ୍ୟମ । ପାଣୀ ଟାଙ୍କି ଉପରକୁ ଚଢିଗଲେ ଆଉ ନିଜ ପ୍ରେମିକା ପାଖକୁ ଭିଡିଓ କଲ୍ କଲେ ହେଲେ ପ୍ରେମିକା ଜଣକ ଭିଡିଓ କଲ ରିସିଭ କଲେ ନାହିଁ । ଯେଉଁ ଥିରେ ହତାସ ହୋଇ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ୟାର ସୋଲେ ଫିଲ୍ମ ଫ୍ଲପ୍ ହୋଇଗଲା । ଏ ପରୀ କି ଲଭ୍ ଷ୍ଟୋରୀ କୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି । ଦେଓଗାଁ ବ୍ଲକ କୁଠୁର୍ଲା ଗ୍ରାମର ଲଭର ବୟେ ପିଣ୍ଟୁ ହରପାଲ । ସେ ବଲାଙ୍ଗୀର ସହରର ଜଣେ ଝିଅକୁ ମନ ଦେଇ ଭଳ ପାଉ ଥିଲେ । କୌଣସି କାରଣରୁ ଦୁହିକ ଭିତରେ ଫୋନରେ କଥା ହେବା ସମୟରେ କେଉଁଠି ଟିକିଏ ତୁଟି ଦେଖା ଦେଲା । ସେଥିରୁ ପିଣ୍ଟୁ ସହିତ ତା ପ୍ରେମିକା କଥା ହେଉ ନ ଥିଲେ । ଯେତେ ଫୋନ୍ କଲେ ମଧ୍ୟ ରିସିଭ କରୁନ ଥିଲେ । ସେଥି ପାଇଁ ଗ୍ରାମରେ ଥିବା ଅଭର ହେଡ୍ ପାଣି ଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ , ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଗଲେ ପରେ ଲକ୍ କରି ଦେଇ ଥିଲେ ପିଣ୍ଟୁ । ଦୁଇ ଘଣ୍ଟା ପରେ ସ୍ୱାଶ ରୂଦ୍ଧ ଅବସ୍ଥାରେ ଉଦ୍ଧାର କଲା ଦେଓଗାଁ ଅଗ୍ନିଶମ ବାହିନୀ । ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭିର୍ତ୍ତି କରା ଯାଇଛି । ଘଟଣାର ଅଧିକ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଦେଓଗାଁ ପୋଲିସ ।

Related posts

ଅଟୋକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୧୪ ଆହତ

mahabharatanews

 ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି 

mahabharatanews

“ପ୍ଲାଷ୍ଟିକ୍ ମୁକ୍ତ ପିକନିକ’ ପାଇଁ ରାଜ୍ୟ ସରକାରଙ୍କ ଆହ୍ୱାନ

mahabharatanews