ଓଡିଶା

ପାଣୀ ଟାଙ୍କି ଉପରକୁ ଚଢିଗଲା ପ୍ରେମିକ ପ୍ରବର, ପ୍ରେମିକାକୁ କଲା ଭିଡିଓ କଲ୍

ବଲାଙ୍ଗୀର/ ପାଟଣାଗଡ଼: ଦେଓଗାଁରେ ଗତକାଲି ସକାଳ ୧୦ ଟା ସମୟରେ ନିଜ ଗ୍ରାମରେ ଥିବା ପାଣୀ ଟାଙ୍କି ଉପରକୁ ଚଢି ଯାଇ ଥିଲେ ପ୍ରେମିକ ପ୍ରବର ପିଣ୍ଟୁ ହରିପାଲ ! ସୋଲେ ଫିଲ୍ମ ଷ୍ଟାଇଲ୍ ରେ ଆତ୍ମହତ୍ୟା ଉଦ୍ୟମ । ପାଣୀ ଟାଙ୍କି ଉପରକୁ ଚଢିଗଲେ ଆଉ ନିଜ ପ୍ରେମିକା ପାଖକୁ ଭିଡିଓ କଲ୍ କଲେ ହେଲେ ପ୍ରେମିକା ଜଣକ ଭିଡିଓ କଲ ରିସିଭ କଲେ ନାହିଁ । ଯେଉଁ ଥିରେ ହତାସ ହୋଇ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ୟାର ସୋଲେ ଫିଲ୍ମ ଫ୍ଲପ୍ ହୋଇଗଲା । ଏ ପରୀ କି ଲଭ୍ ଷ୍ଟୋରୀ କୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି । ଦେଓଗାଁ ବ୍ଲକ କୁଠୁର୍ଲା ଗ୍ରାମର ଲଭର ବୟେ ପିଣ୍ଟୁ ହରପାଲ । ସେ ବଲାଙ୍ଗୀର ସହରର ଜଣେ ଝିଅକୁ ମନ ଦେଇ ଭଳ ପାଉ ଥିଲେ । କୌଣସି କାରଣରୁ ଦୁହିକ ଭିତରେ ଫୋନରେ କଥା ହେବା ସମୟରେ କେଉଁଠି ଟିକିଏ ତୁଟି ଦେଖା ଦେଲା । ସେଥିରୁ ପିଣ୍ଟୁ ସହିତ ତା ପ୍ରେମିକା କଥା ହେଉ ନ ଥିଲେ । ଯେତେ ଫୋନ୍ କଲେ ମଧ୍ୟ ରିସିଭ କରୁନ ଥିଲେ । ସେଥି ପାଇଁ ଗ୍ରାମରେ ଥିବା ଅଭର ହେଡ୍ ପାଣି ଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ , ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଗଲେ ପରେ ଲକ୍ କରି ଦେଇ ଥିଲେ ପିଣ୍ଟୁ । ଦୁଇ ଘଣ୍ଟା ପରେ ସ୍ୱାଶ ରୂଦ୍ଧ ଅବସ୍ଥାରେ ଉଦ୍ଧାର କଲା ଦେଓଗାଁ ଅଗ୍ନିଶମ ବାହିନୀ । ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭିର୍ତ୍ତି କରା ଯାଇଛି । ଘଟଣାର ଅଧିକ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଦେଓଗାଁ ପୋଲିସ ।

Related posts

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

mahabharatanews

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ଆଜି ରାଜ୍ୟରୁ ବାହାରିଲେ ୨୨୩୯ ପଜିଟିଭ

mahabharatanews