ଓଡିଶା

ଦେଶୀ ମଦ ଜବତ କଲା ପୋଲିସ ,୩ ଗିରଫ

ପୁରୀ/ ଜୟନ୍ତ କୁମାର ସେଠି: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଏକାଧିକ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବାଲିଦଣ୍ଡକ୍ଷ ଏରିଆରୁ ସୁବାଷ ମଲ୍ଲିକ, ରିତା ନାୟକ ସହ ନୂଆହାଟ ବଜ଼ାରରୁ ବିକ୍ରମ କୁମାର ସାହୁଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୫ ଲିଟର ଲେଖାଏଁ ସମୁଦାୟ ୭୫ ଲିଟର ଜବତ କରିଛି ।ସେହିପରି ଆସ୍କା ରୁ କେବଳ ୪୦ ଲିଟର ଦେଶୀ ମଦ ଜବତ କରି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ତିନିଜଣ ଆସାମୀଙ୍କୁ କୋଣାର୍କ ଅବକାରୀ ଥାନା କେସ ନଂ -୪,୫,  ଏବଂ ୬/୨୩-୨୪ ରେ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାର ପଠାଇଛନ୍ତି। ଏଥିରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ସହ ୫ଜଣ କର୍ମଚାରୀ ଥିବା ସୂଚନା ରହିଛି।

Related posts

ନବଯୌବନ ଦର୍ଶନ; ପାରମାଣିକ ଟିକେଟଧାରୀ କରିବେ ଦର୍ଶନ,ଜଣାନ୍ତୁ ଟିକେଟ ମୂଲ୍ୟ 

mahabharatanews

ଆସନ୍ତା ୫ ଦିନ ଘନ କୁହୁଡ଼ି 

mahabharatanews

ଉମରକୋଟରେ ବିକାଶ କାମର ହିସାବ ଦେଲେ ପାଣ୍ଡିଆନ

mahabharatanews