ଓଡିଶା

ମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ ର ପ୍ରଦର୍ଶନ

ଭୁବନେଶ୍ୱର:ଫିଲ୍ମ ପ୍ରଯୋଜକ ଓ ମହାରାଜା ହଲ୍ ମାଲିକ ମୁହାଁମୁହିଁ । ମହାରାଜା ହଲ୍ ବନ୍ଦ କଲା ଫିଲ୍ମ ‘ଡେଲିଭରୀ ବୟ’ ର ପ୍ରଦର୍ଶନ , ହଲ୍ ମାଲିକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ପ୍ରଯୋଜକ। ହଲରେ ଦିବ୍ୟାଙ୍ଗଙ୍କ ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଡେଲିଭରି ବୟର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି ।ଦିବ୍ୟାଙ୍ଗ କିପରି ହଲକୁ ଫିଲ୍ମ ଦେଖିବାକୁ ଯିବେ ବୋଲି ପ୍ରଶ୍ନ କରିଥିଲେ ପ୍ରଯୋଜକ ।ସବୁ ହଲରେ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମହାରାଜାରେ କାହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏଠାରେ ମଣିଷ ନୁହେଁ ହଲ ଦିବ୍ୟାଙ୍ଗ ବୋଲି କହିଥିଲେ ପ୍ରଯୋଜକ । ପ୍ରଯୋଜକଙ୍କ ଏପରି ମନ୍ତବ୍ୟ ପରେ ମହାରାଜା ଫିଲ୍ମ ହଲ ‘ଡେଲିଭରୀ ବୟ’ ସୋ’ ବନ୍ଦ କରି ଦେଇଛି । ମହାରାଜା ହଲ୍ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଟ୍ୱିଟ୍ କରି କୁହାଯାଇଛି ।

Related posts

ର୍ଦୁବୃତ୍ତଙ୍କ ଆକ୍ରମଣ ଦୋକାନୀ ଗୁରୁତର

mahabharatanews

ମାଲକାନଗିରି ଜିଲ୍ଲାକୁ ଫେରିଲେ ୧୫ହଜାର ୭୪୩ ପ୍ରବାସୀ ଓଡିଆ

mahabharatanews

 ବଢିଲା ୬ କୁଳପତିଙ୍କ କାର୍ଯ୍ୟକାଳ

mahabharatanews