ଅପରାଧଓଡିଶା

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦଶମ ଶ୍ରେଣୀ ଝିଅର ମୃତଦେହ, ପୋଲିସର ତଦନ୍ତ ଜାରି

ମାଲକାନଗିରି:ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ଝିଅର ମୃତଦେହ। ସୂଚନା ଅନୁଯାୟୀ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମଭି ୪୨ ଗାଁରେ ମିତ୍ରଭାନୁ ବିଶ୍ୱାସଙ୍କ ଝିଅ ବିନତି ବିଶ୍ୱାସ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଝିଅଟି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି।କିଛିଦିନ ତଳେ ଏହି ଗ୍ରାମରେ ଗୋଟିଏ ଝିଅର ମୃତ ଦେହ ଏହି ଭଳି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗ୍ରାମ ଲୋକଙ୍କ କହିବା ଅନୁଯାୟୀ ଦୁଇଜଣ ଭଲ ସାଙ୍ଗ ଥିଲେ। ଗ୍ରାମରେ ଏଭଳି ଦୁଃଖଦ ଘଟଣା ଯୋଗୁ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Related posts

ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

mahabharatanews

ସାମାଜିକ ଦୂରତାକୁ ପଛରେ ପକାଇ ଉଜ୍ଜଳା ଗ୍ୟାସ ପାଇଁ ଭିଡ଼

mahabharatanews