ଅପରାଧଓଡିଶା

୨୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଡାକ୍ତର

ଯାଜପୁର:ଯାଜପୁର ଜିଲ୍ଲାର ଦାନାଗାଡି ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରର ମେଡିକାଲେ ଅଫିସର ଡକ୍ଟର ପ୍ରବିତ୍ର କୁମାର ସେଠୀ ଓ ସିକୁରିଟି ଗାଡ ଅରବିନ୍ଦ କାନ୍ଦି ନୋଇ ଧରାପଡିଛନ୍ତି । ଗତ ମାସ ମାର୍ଚ୍ଚ ୩୦ ତାରିଖ ରେ ବଜ୍ରଘାତରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ବଜ୍ରଘାତ ଜନିତ ମୃତ୍ୟୁ ର ପୋଷ୍ଟମୋଟମ ରିପୋର୍ଟ କରିଦେବା ବାବଦକୁ ୨୦ହଜାର ଟଙ୍କା ନେଇ ଲାଞ୍ଚ ନେଇଥିଲେ । ଏନେଇ ତାଙ୍କ ପୁଅ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଡାକ୍ତର ଓ ତାଙ୍କ ସିକୁରିଟିକୁ ଧରା ପଡିବା ପରେ ଲାଞ୍ଚ ନେଇଥିବା ୨ହ ହଜାର ଟଙ୍କା ତାଙ୍କ ଠାରୁ ଜବତ ହୋଇଛି । ଭିଜିଲାନ୍ସ ଏବେ ଡକ୍ଟର ସୋଠୀଙ୍କ ରହୁଥିବା ତିନୋଟି ସ୍ଥାନରେ ଖୋଲତାଡ କରୁଛନ୍ତି ।ଧରା ପଡିବା ପରେ କଟକର ଭିଜିଲାନ୍ସ ଦ୍ୱାରା ଡ. ସୋଠୀ ତାଙ୍କ ସିକୁରିଟି ଗାଡକୁ ଅଟକ ରଖି ପୋଲିସ ତଦନ୍ତ କରୁଛନ୍ତି ।

 

Related posts

ଆଜି ବସିବ ରାଜ୍ୟ କ୍ୟାବିନେଟ୍

mahabharatanews

ଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା 

mahabharatanews

ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ

mahabharatanews