ଓଡିଶା

ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହିଲେ ଏସ ଓ ଜି ଜବାନ, ଏସପି ଯୋଗାଇଦେଲେ ଆର୍ଥିକ ସହାୟତା।

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲାରେ ମାଓ ସମସ୍ୟାକୁ ପ୍ରତିହତ କରିବା ପାଇଁ ନିୟୋଜିତ ହୋଇଛନ୍ତି ସୁରକ୍ଷା ବାହିନୀ। ତେବେ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଅନେକ ସମୟରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟରେ ସାମିଲ ହୋଇ ସ୍ଥାନୀୟ ଲୋକଙ୍କ ପ୍ରଶଂସା ଭାଜନ ହେଉଛନ୍ତି ସୁରକ୍ଷା ବାହିନୀ ଜବାନ। ଆଜି ସେହିଭଳି ଏକ ଘଟଣା ଦୃଷ୍ଟି ଗୋଚର ହୋଇଛି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତରେ ଆଜି ଏସ ଓ ଜି ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ନିକଟସ୍ଥ ବାରାହାଲା ଗ୍ରାମ ଲବେରିକେତା ସାହିର ଜନୈକା ବୃଦ୍ଧା ଅସୁସ୍ଥ ଅବସ୍ଥାରେ ଘରେ ପଡି ରହିଥିବା ଜବାନ ମାନେ ଦେଖିବାକୁ ପାଇଥିଲେ। ଏ ନେଇ ସଙ୍ଗେ ସଙ୍ଗେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କୁ ଖବର ଦିଆ ଯାଇଥିଲା। ଅସହାୟ ବୃଦ୍ଧାଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏସପି। ତେବେ ସେଠାରୁ ବାରାହାଲା ପ୍ରାୟ ତିନି କିଲୋମିଟର ହୋଇଥିବା ବେଳେ ରାସ୍ତାରେ ଦୁଇଟି ପାହାଡ ରହିଛି। ଯାତାୟାତର କୌଣସି ବ୍ୟବସ୍ଥା ନ ଥିବାରୁ ଜବାନ ମାନେ ବୃଦ୍ଧାଙ୍କୁ ଏକ ଖଟିଆରେ ସାହାଯ୍ୟରେ ବୋହି ବାରାହାଲାକୁ ଆଣିଥିଲେ। ସେଠାରୁ ଗାଡି ଯୋଗେ ଫୁଲବାଣୀ ଆଣି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଆର୍ଥିକ ଦୃଷ୍ଟିରୁ ଅସମର୍ଥ ଥିବାରୁ ଏସପି ଶ୍ରୀ ପାତ୍ର ତାଙ୍କୁ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଲବେରିକେତାର ଅସୁସ୍ଥ ବୃଦ୍ଧା ଜଣକ କିଛି ଦିନ ତଳେ ଅସୁସ୍ଥ ହୋଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ଯିବା ପାଇଁ ପରାମର୍ଶ ଦେଇଥିଲେ ବି ଅର୍ଥ ଅଭାବରୁ ସଜ ଯାଇ ପାରି ନ ଥିଲେ। ତେବେ ଆଜି ଜିଲ୍ଲା ପୁଲିସର ସହାୟତାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଜବାନ ମାନଙ୍କ ଏଭଳି ମାନବିକତା ଓ ଆରକ୍ଷୀ ଅଧୀକ୍ଷକଙ୍କ ସହୃଦୟତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Related posts

କଂଗ୍ରେସ ନେତା ତାରା ପ୍ରସାଦ ଅସୁସ୍ଥ

mahabharatanews

କଳାଜାଇ କରିପାରେ ସଫଳ, ଆଣିପାରେ ବିପର୍ଯ୍ୟୟ ; ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ ଜାଣନ୍ତୁ

mahabharatanews

 ଓଡ଼ିଶାରେ ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର 

mahabharatanews