ଅପରାଧଓଡିଶା

ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏ

କଳାହାଣ୍ଡି :ଦିନକୁ ଦିନଗଞ୍ଜେଇ ଚୋରା ଚାଲାଣ ବଢ଼ି ବାରେ ଲାଗିଛି ଗଞ୍ଜେଇ ମାଫିଆ । ମାନଙ୍କ ମୁଖ୍ୟ ରାସ୍ତା ହେଇଛି କଳାହାଣ୍ଡି ଜିଲ୍ଲା ଏହି ରାସ୍ତା ଦେଇ ସବୁ ବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଛି ଗୁରୁବାର ପୂର୍ବାନ୩ଘଣ୍ଟା ସମୟରେ ବିଶେଷ ସୂତ୍ର ରୁ କିଛି ଖବର ପାଇ କଳାହାଣ୍ଡି ଓ ବ୍ରହ୍ମପୁର । ୟୁନିଟ ଅବକାରୀ ବିଭାଗ ମିଳିତ ପେଟ୍ରୋଲିଙ୍ଗ ସମୟରେ ଏକ ଗଂଜେଇ ବୋଝେଇ ଟ୍ରକ କୁ ସନ୍ଦେହରେ ଧରି କାବୁ କରାଯାଇଥିଲା, ଆଇଚର ଟ୍ରକ ନଂ ଟଚ୩୩ଈଞ୮୩୯୧କୁ ଧରି ଯାଞ୍ଚ ବେଳେ ସେଥିରେ ଗଂଜେଇ ଥିବା ଜଣାପଡିଥିଲା, ଗଂଜେଇ ଟ୍ରକ ସମେତ ସମ୍ପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ଅବକାରୀ ସଦର ଥାନା କୁ ଅଣାଯାଇଥିଲା, ସେହି ଟ୍ରକ ଚାରିଟି ଟି ବସ୍ତା ରୁ ୩୦୫ କେଜି ଗଂଜେଇ ଜବତ କରାଯାଇଛି, ଏହି ସାମଗ୍ରୀ ର ହାରାହାରି ମୂଲ୍ୟ ୬୦.୫ଲକ୍ଷ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି, ଏହି ଟ୍ରକ ଗଂଜେଇ ନେଇ କୋରାପୁଟ ଜିଲ୍ଲା ରୁ ଉତ୍ତରପ୍ରଦେଶ ଯାଉଥିବା ଜଣାପଡିଛି, ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ବ୍ୟକ୍ତି ଉତ୍ତରପ୍ରଦେଶ ର ମହମଦ ଆୟୁବ (୨୮)ଓ ଉମେଶ (୨୭)ଲକ୍ଷ୍ନୋ ଜିଲ୍ଲା ର୍ଗାହି ଗ୍ରାମର ହୋଇଥିବାବେଳେ ସଂଜିତ (୩୬)ଉତ୍ତର ପ୍ରଦେଶ ରାଇବରିଲି ଜିଲ୍ଲା ମାଲବି ଗ୍ରାମର ବୋଲି ଜଣାପଡିଛି, ଏହି ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରି ଜେଲ ହାଜତ କୁ ପଠାଇ ଦିଆ ଯାଇଛି, ଏନେଇ କେସ ଚଜ ନ ୦୫/୨୦୨୩-୨୪ରେ କେସ ବୁକ କରା ଯାଇଛି । ଏହି ଚଢ଼ାଉ ବେଳେ ବ୍ରହ୍ମପୁର ୟୁନିଟ ରୁ କୁବେର ସେଠି ,ଭବାନୀପାଟଣା ଅବକାରୀ ବିଭାଗ ସଦର ଇନିସ୍ପେକ୍ଟର ସୁଶାନ୍ତ ପ୍ରଧାନ, ବ୍ରହ୍ମପୁର ୟୁନିଟ ର ଅଶୋକ ସାହୁ, ଭବାନୀପାଟଣା ସଦର ଏସ. ଆଇ ତିଳକ ରାମ ନାଏକ, କଳାହାଣ୍ଡି ମୋବାଇଲ ୟୁନିଟ ଏ ଏସ ଆଇ ପି. ବିଶେଶ୍ୱର ରାଓ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଚୋରା ବେପାରିଙ୍କୁ ଧରିବାରେ ସଫଳ ହୋଇ ଥିଲେ । କଳାହାଣ୍ଡି ଜିଲ୍ଲା ର ସଗଡା ପାଖରେ ଗାଡିକୁ ଧରି ଥିଲେ

 

Related posts

ରାଜଧାନୀରେ ଆଉ ଏକ କଣ୍ଟେନମେଣ୍ଟ ଜୋନ

mahabharatanews

କମୁଛି ସଂକ୍ରମଣ , ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ

mahabharatanews

ମହା ଜନସମ୍ପର୍କ ଯାତ୍ରା: ୧୭ରେ ଢେଙ୍କାନାଳ ଆସିବେ ଶାହ

mahabharatanews