ଓଡିଶା

ବିଜେବି କଲେଜ କ୍ୟାମ୍ପସରେ ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ବିଜେବି କଲେଜ । କଲେଜ କ୍ୟାମ୍ପସରେ ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର । ୩ ଜଣ ଛାତ୍ରଙ୍କୁ ୧୫ ଜଣ ଅଣଛାତ୍ର ଆକ୍ରକଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୩ ଜଣ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ର ଆମ୍ବେଦକର ହଷ୍ଟେଲରେ ରହୁଥିଲେ । ଉଭୟ ଗୋଷ୍ଠି ମଧ୍ୟରେ କ୍ରିକେଟ ଖେଳକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ରମାନେ ଖେଳିବା ପାଇଁ କହିଥିଲେ । ଏବଂ ଯାହାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡୋଗଳ ହୋଇଥିଲା । ଏହି ଘଟଣାରେ ୪ ରୁ ୫ ଜଣଙ୍କୁ ବଡ଼ଗଡ଼ ଥାନା ପୁଲିସ ଅଟକ ରଖିଥିବା ଜଣାପଡିଛି ।

Related posts

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସମେତ ୩ ଆହତ

mahabharatanews

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା

mahabharatanews

ସମ୍ପାଦକଙ୍କ ଅବହେଳାରୁ ଚାଷୀଙ୍କ ଧାନ ବିକ୍ରୀ ହୋଇନପାରିବା ଅଭିଯୋଗ

mahabharatanews