ରାୟଗଡା / ରବିନ୍ଦ୍ର କୁମାର ସାହୁ: ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ବୈଠକ ବିଂଶତମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତୁନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ ଜିଲ୍ଲାର ବିକାଶପାଇଁ ବିଶେଷ କରି ବିଜୁଳି, ସଡ଼କ ଓ ପାଣି ସହିତ ଆନ୍ୟାନ୍ୟ ସାମଗ୍ରିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଜିଲ୍ଲା ପାଇଁ ପୂର୍ଣ୍ଣ ସହଯୋଗ ରହିଛି ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ସମସ୍ତଙ୍କୁ ସ୍ଵାଗତ ଜଣାଇ ବୈଠକରେ ଆଲୋଚନା ହେବାକୁଥିବା ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ. ଏବଂ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ଅନ୍ୟତମ ମନ୍ତ୍ର ଶ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାରସ୍ୱତୀ ମ।ଝିଙ୍କ ବକ୍ତବ୍ୟ ରଖିବାପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ l ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବେ କହିଥିଲେ.ଏଥିପାଇଁ ସମସ୍ତଙ୍କର ଭାଗିଦାରୀ ସହଯୋଗ ରେ ଉନ୍ନୟନ ମୂଳକ କାମ ରେ ଲୋଡିଥିଲେ । ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ, ତାହାକୁ ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲାରେ ପିଇବା ପାଣି, ବିଜୁଳି, ସଡ଼କ ଓ ଯୋଗାଯୋଗ ନିହାତି ଆବଶ୍ୟକ ହୋଇଥିବାରୁ ଏସବୁ ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଲୋକ ପ୍ରତିନିଧିମାନେ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ସଂପୃକ୍ତ ସମସ୍ତ ଲୋକପ୍ରତିନିଧି ନିଜ ନିଜର ଆବଶ୍ୟକ ଥିବା କାର୍ଯ୍ୟ ଖସଡ଼ା ପ୍ରସ୍ତୁତକରି ଜିଲ୍ଲା ଯୋଜନା କାର୍ଯ୍ୟାଳୟରେ ଦେବାପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ସମସ୍ତ ଯୋଜନା କମିଟର ସଦସ୍ୟ, ସଦସ୍ୟା, ବିଭନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ, ସଭ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ. ଏବଂ ନିଜ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରବିନାରାୟଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
