ଓଡିଶାପର୍ବ ପର୍ବାଣି

ଶ୍ରୀମନ୍ଦିର ନିତିକାନ୍ତିରେ ବିଳମ୍ବ, ଅଦନ୍ତୋଷ ପ୍ରକାଶ କରିଲେ ଭକ୍ତ

ପୁରୀ/ ଜୟନ୍ତ କୁମାର ସେଠି: ଆଜି ଶମ୍ଭୁ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତି କାନ୍ତି। ଏହି ନିତି କାନ୍ତିରେ ବିଳମ୍ଭ ହେବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଭକ୍ତ ମାନଙ୍କୁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହେବାକୁ ପଡିଥିଲା । ଫଳରେ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟପିଲା ଏବଂ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବେଶ୍ କଲବଲ ହୋଇଥିଲେ। ଯେହେତୁ ଶ୍ରୀମନ୍ଦିର ଦ୍ୱାରଫିଟା ନିତିରେ ବିଳମ୍ବ ହୋଇଥବଲା ତେଣୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ନୀତିକାନ୍ତି ବିଳମ୍ବ ହୋଇଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ତେବେ ଶ୍ରୀ ମନ୍ଦିର ବିଭିନ୍ନ କାରଣକୁ ନେଇ ମହାପ୍ରଭୁଙ୍କ ନୀତି ବିଳମ୍ବ କୁ ନେଇ ଭକ୍ତ ମହଲ ରେ ଅସନ୍ତୋଷ ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମାଧାନ ନେଇ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନ ରେ କିଭଳି ଏଭଳି ସମସ୍ୟା ଉପୁଜିବ ନାହିଁ ସେବାୟତ ସହ ଆଲୋଚୋନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମନ୍ଦିର ନିତି ପ୍ରଶାସକ କହିଚନ୍ତି।

Related posts

ପାଳଲହଡା ବିଧାୟକ ମୁକେଶଙ୍କୁ ଝଟକା

mahabharatanews

କପିଳାସ ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ମୃତ

mahabharatanews

ଅଟୋ-ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ, ୯ ଆହତ

mahabharatanews