ଓଡିଶା

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ

ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟରେ ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜଣେ ବ୍ୟକ୍ତି ରାଜ୍ୟର ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ପ୍ଲଟ ନେଇପାରିବେ। ଗୋଟିଏ ପ୍ଲଟ ପାଇଥିବା ବ୍ୟକ୍ତି ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ସେ ଆହୁରି କହିଛନ୍ତି, ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବା ଫଳରେ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ଜଣେ ବ୍ୟକ୍ତିଙ୍କ ପାଖରେ ଏକାଧିକ ପ୍ଲଟ ରହୁଥିବା ବେଳେ ଅନ୍ୟ ଜଣେ ଖଣ୍ଡେ ବି ପ୍ଲଟ ପାଇପାରୁ ନାହିଁ। ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ସେମାନଙ୍କ ନିୟମ ପ୍ରସ୍ତୁତ କଲା ବେଳେ ଧ୍ୟାନ ଦିଅନ୍ତୁ। ଯଦି ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଗୋଟିଏ ପ୍ଲଟ ପାଇସାରିଥିବେ, ତା’ହେଲେ ସେ ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ନିୟମ ଆଡଭୋକେଟ୍ ଜେନେରାଲଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କାର୍ୟ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ପାଳିତ ହୋଇଛି ମର୍ଜ୍ୟାଦା ପୁରୁଷଙ୍କ ଜୟନ୍ତୀ

mahabharatanews

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews

ବିପର୍ଯ୍ୟୟ ପ୍ରଶମନ ଦିବସରେ ପ୍ରାକ୍ ପ୍ରସ୍ତୁତି ପାଇଁ ଶପଥ ପାଠ

mahabharatanews