ଭାରତ

ପୁଞ୍ଚ ଆକ୍ରମଣରେ ଆଫଗାନିସ୍ଥାନ ଲିଙ୍କ, ଅଫଗାନିସ୍ଥାନରୁ ଆସିଥିଲା ଗୋଳାବାରୁଦ

ନୂଆଦିଲ୍ଲୀ: ନିକଟ ଅତିତରେ ପୁଞ୍ଚରେ ଯବାନଙ୍କ ଗାଡି ଉପରକୁ ମାଓବାଦୀ ହମଲା କରିଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ । ପୁଞ୍ଚ ଆକ୍ରମଣ ସଂପର୍କରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କୁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ପୁଞ୍ଚ ଆକ୍ରମଣରେ ବ୍ୟବହୃତ ଗୋଳାବାରୁଦ ତାଲିବାନ ଶାସିତ ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଭାରତ ଆସିଥିଲା । ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଆଫଗାନିସ୍ତାନରୁ ପାକିସ୍ତାନ ଦେଇ ଭାରତକୁ ଅଣାଯାଉଥିବା ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପରିବହନ ନେଇ ଚର୍ଚ୍ଚା ହୋଇଥିଲା। ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆସିବା ପରେ ଏହି ସୂଚନା ସତ ବୋଲି ଜଣାପଡ଼ିଛି । ୨୦୨୧ ଅଗଷ୍ଟରେ ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀର ଉପରେ ଦେଖିବାକୁ ମିଳିବ ଏବଂ ସେଠାରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢ଼ିପାରେ ବୋଲି ସେତେବେଳେ ଭାରତୀୟ ଏଜେନ୍ସିମାନେ ଆଶଙ୍କା ପ୍ରକାଶ କରିଥିଲେ । ଏବେ ସେହି ଆଶଙ୍କା ସତ ପ୍ରମାଣିତ ହେବାରେ ଲାଗିଛି । ପୁଞ୍ଚ ଆକ୍ରମଣ ପରେ ସ୍ଥାନୀୟ ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ବ୍ୟବହୃତ ଗୁଳିଗୁଡ଼ିକ ଆଫଗାନିସ୍ତାନର ଥିଲା, ଯାହାକୁ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡିବା ପୂର୍ବରୁ ସେଠାରେ ଛାଡି ଦେଇଥିଲା ।

Related posts

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

mahabharatanews

ରାମମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା 

mahabharatanews

ଜଳମଗ୍ନ ଦିଲ୍ଲୀ: ନାହିଁ ବିଦ୍ୟୁତ, ହୋଇପାରୁନି ଯାତାୟାତ ସୁବିଧା

mahabharatanews