ଅପରାଧଓଡିଶା

ବେଆଇନ ଗୋ ଚାଲାଣ ବେଳେ ଭ୍ୟାନ ଓଲଟି ୬ ଗୋରୁ ମୃତ, ୭୦ ଗୋରୁ ଉଦ୍ଧାର

ଜଳେଶ୍ଵର/ଅଜିତ କୁମାର ସାହୁ: ପିକଅପ ଭ୍ୟାନ ଓଲଟି ୬ ଗୋରୁ ମୃତ। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅନ୍ୟ ଏକ ଗୋରୁ ବୋଝେଇ କଣ୍ଟେନର ଜବତ୍ ୭୦ ଗୋରୁ ଉଦ୍ଧାର। ତେବେ ଏଠାରେ ସୂଚନା ଥାଉକି ଚୋରା ବେଆଇନ ଗୋ ଚାଲାଣ ଉପରେ ସରକାର, ପ୍ରଶାସନ,ପୋଲିସ ରୋକ ଲଗାଇବା ରେ ବିଫଳ। ଯାହା ପାଇଁ ବିପଦରେ ଗୋ ସମ୍ପଦ। ପ୍ରାପ୍ତ ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ୫୭ ନଂ ରାଜ୍ୟ ରାଜପଥ କାଶିଡିଆ ଠାରେ ନୟନ ଯୋଡିକୁ ଗୋରୁ ବୋଝେଇ ପିକଅପ ଭେନ ଓଲଟି ପଡିଥିଲା। ପିକଅପ ଭେନରେ ଥିବା ୬ ଗୋରୁ ମୃତ । ପରେ ସ୍ଥାନୀୟ ଲୋକେ ଅନ୍ୟ ଏକ କଣ୍ଟେନର କୁ ଅଟକ ରଖି ପୋଲିସ ସହାୟତାରେ ୭୦ ଗୋରୁ ଉଦ୍ଧାର କରି ସ୍ଥାନୀୟ ଗୋଶାଳା କୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଦୁଇଟି ଗାଡ଼ିର ଡ଼୍ରାଇଭର, ହେଲ୍ପର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଦୁଇଟି ଗାଡ଼ି କୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଦୀର୍ଘ କିଛି ଦିନ ହେବ ୬୦ ନମ୍ବର ଜାତୀୟ ରାଜପଥ ଦେଇ, ଗୋରୁ ଚାଲାଣ ଉପରେ ପଶ୍ଚିମବଙ୍ଗ ରାଜ୍ୟର ଦାନ୍ତୁନ ପୋଲିସ ରୋକ ଲଗାଇଛି । ଯାହା ପାଇଁ ଗୋ ମାଫିଆ ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅସାଧୁ ଅଧିକାରୀ ଙ୍କୁ ହାତ କରି , ମୋଟା ଅଙ୍କର ଲାଞ୍ଚ ଦେଇ ,୫୭ ନମ୍ବର୍ ରାଜ୍ୟ ରାଜପଥର ଭାୟା କାଶିଡ଼ିହା ଓ ପଶ୍ଚିମବଙ୍ଗ ରାଜ୍ୟର ମୋହନପୁର ଥାନା ଦେଇ ବେଧଡକ ଭାବେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହେଉଥିବା ଜଣା ପଡ଼ିଛି।

Related posts

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

mahabharatanews

୮୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

mahabharatanews

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

mahabharatanews