ଏବେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । କ୍ରେମଲି ଉପରେ ହମଲା ପରେ ଏପରି କରୁଛି ଋଷ । ଖେରସନର ସୁପରର୍କେଟ ଓ ରେଳ ଷ୍ଟେସନ ଉପରେ ରକେଟ ହମଲାରେ ୨୧ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ର୍ରାୟ୫୦ ଜଣ ଆହାତ ହୋଇଛନ୍ତି ।ରାଜଧାନୀ କିବରେ ମଧ୍ୟ ଲଗାତାର ବିସ୍ଫୋରଣ ଜାରି ରହିଛି । ପୁରା ସହରରେ ଏୟାର ରେଡ ଜାରି କରାଯାଇଛି । ଗତକାଲି କ୍ରେମଲିନ ଉପରେ ଡ୍ରୋନ ଉଡାଣକୁ ନେଇ ଋଷ ଓ ୟୁକ୍ରେନ ମଧ୍ୟରେ ବଢିଛି ବିବାଦ। ଗତ ଜାନୁଆରୀରୁ ଆଜି ଯାଏ ଋଷର ବିଭିନ୍ନ ଅଞ୍ଚଳ ଓ ଅଧିକୃତ ଇଲାକାରେ ୨୦ଟି ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗତ କିଛି ମାସ ତଳେ ୟୁକ୍ରେନକୁ ତୁର୍କୀ ଅତ୍ୟାଧୁନିକ ବେରାକତାର ଞଈ୨ ଆର୍ମଡ ଡ୍ରୋନ ବିକ୍ରି କରିଛି।
