ଅପରାଧଭାରତ

ଏନକାଉଣ୍ଟରରେ ଟଳିପଡିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର

(ଦିଲ୍ଲୀ) : ଏନକାଉଣ୍ଟର ପୁଣି ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୃତ । ସେ ଖସି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ମେରଠରେ ତାର ଏନକାଉଣ୍ଟ ହୋଇଛି ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଗ୍ୟାଙ୍ଗଷ୍ଟର ଅନିଲ ଏକ ବଡ଼ ଆକ୍ରମଣ ଯୋଜନା କରୁଛି ବୋଲି ପୂର୍ବରୁ ଏସଟିଏଫ ଟିମକୁ ସୂଚନା ମିଳିଥିଲା । ଏହି କ୍ରମେ ସେ ମେରଠରେ ଲୁଚି  ରହିଥିବା ଖବର ମିଳିଥିଲା । ଏହାପରେ ଏସଟିଏଫ ଟିମ ଅନିଲ ଥିବା ସ୍ଥାନରେ ପହଞ୍ଚି ଯାଇଥିଲା। ସେ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଗ୍ୟାଙ୍ଗଷ୍ଟର ଅନିଲ ନାମରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ୬୦ରୁ ଅଧିକ ମାମଲା ରୁଜୁ ହୋଇଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶ ପୁଲିସ କ୍ରମାଗତ ଅନିଲକୁ ଧରିବା ପାଇଁ ବହୁତ ଚେଷ୍ଟା କରିଥିଲେ ।

Related posts

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

mahabharatanews

ଦୁଇଟି ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

mahabharatanews

ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଜାରି ରହିଛି ‘ଅପରେସନ ସାଇବର କବଚ’

mahabharatanews