ଭାରତ

ମଣିପୁର ଦଙ୍ଗା: ଗୁଳି ଚଳାଇବାକୁ ନିର୍ଦେଶ

(ମଣିପୁର) : ମଣିପୁରରେ ଲଗାତାର ଭାବେ ହିଂସା ଦେଖିବାକୁ ମିଳୁଛି । ଯାହାକୁ ନେଇ ୮ଟି ଜିଲ୍ଲାରେ କର୍ଫ୍ୟୁ ଲାଗିଛି । ବର୍ତ୍ତମାନ ମଣିପୁରର ହିଂସାକାଣ୍ଡର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କ ଦେଖିବାମାତ୍ରେ ଗୁଳି ଚଳାଇବା ନିର୍ଦ୍ଦେଶ ଦିଆଯାଇଛି।ସଂରକ୍ଷଣକୁ ନେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ପରିସ୍ଥିତି ଘଟିବାହେତୁ ମଣିପୁରରେ ଆସାମ ରାଇଫଲସ ଓ ସେନା ମୁତୟନ ହୋଇଛନ୍ତି । ଏହାପୂର୍ବରୁ, ହିଂସା ପ୍ରଭାବିତ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଥିଲା । ମଣିପୁରରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଏଥିସହ ଅଧିକ ଲୋକ ଏକାଠି ହେବା ଉପରେ ଜାରି ହୋଇଛି କଟକଣା । ଅଧିକ ଉତ୍ତେଜନା ପ୍ରବଣ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।

 

 

Related posts

୩ ମହଲା କୋଠାରେ ବିସ୍ଫୋରଣ: ୧୨ ମୃତ

mahabharatanews

ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

mahabharatanews

ପାକିସ୍ତାନରେ ପେଟ୍ରୋଲ ୧୮୦ କୁ ଡିଜେଲ ୧୭୪ ଟଙ୍କା

mahabharatanews