Accidentଓଡିଶା

କୁକୁଡା ଆଣିବାକୁ ଯାଉଥିବା ଟ୍ରକକୁ ଧକ୍କା ଦେଲା ହାଇୱା

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜଛକ ନିକଟରେ ହାଇୱା ପଛରୁ ଧକା ଦେଲା କୁକୁଡା ଆଣିବାକୁ ଯାଉଥିବା ଟ୍ରକ ୨ ମୃତ ୨ ଗୁରୁତର । ଆଜି ଭୋର ସମୟରେ କଲିକତାରୁ ଖୋର୍ଦ୍ଧା ଅଭିମୁଖେ କୁକୁଡା ଆଣିବାକୁ ଯାଉଥିବା ଏକ ଟ୍ରକ ସୋର କଲେଜଛକ ନିକଟରେ ଠିଆ ହୋଇଥିବା ଏକ ହାଇୱା ପଛରୁ ଧକା ଦେଇଥିଲା ଫଳରେ ଟ୍ରକରେ ୪ ଜଣ ଚାପି ହୋଇ ରହିଥିବା ବେଳେ ଟ୍ରକ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଖବର ପାଇ ସୋର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ସୋର ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ପରିକ୍ଷା ପରେ ୨ ଜଣକୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ସାଇଫୁଲ ଗାଜି ଓ ଆଶ୍ରଫ ସର୍ଦ୍ଦାର । ଆହତ ଦୁଇଜଣ ହେଲେ ସଇଫ୍ ସର୍ଦ୍ଦାର ଓ ଆଲାମ୍ ଗିର୍ ।

 

Related posts

ଜଳୁଛି ଓଡିଶା: ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀ ପାର

mahabharatanews

ଆସିଲାନି ଆମ୍ବୁଲାନ୍ସ, ଡାଲା ଅଟୋରେ ବୁହାଗଲା ଶବ

mahabharatanews

ଲୁଟେରାଙ୍କୁ ଧରିବାବେଳେ ଚଡିଗଲା ଟ୍ରଲର, ୩ ମୃତ

mahabharatanews