ଓଡିଶା

ଯୁବପିଢିଙ୍କୁ ଘାରିଛି ବାଇକ ନିଶା 

(ସୋସିଆଲ ମିଡ଼ିଆ) : ଯୁବପିଢିଙ୍କୁ ଘାରିଛି ବାଇକ ନିଶା । ତେବେ ଅଧିକାଂଶ ସମୟରେ ଗାଡିକୁ ସ୍ପିଡ୍ ଚଲେଇବାକୁ ପସନ୍ଦ କରୁଛନ୍ତି । ଏହି କ୍ରମରେ ଇତଗାଡି ପିଚ୍ ରାସ୍ତାରେ ଫୁଲ୍ ସ୍ପିଡ୍‌ରେ ଯାଉଥିଲା ଅଟୋ । ଆମେ ସମସ୍ତେ ଜାଣନ୍ତି ସ୍ପିଡ୍‌ରେ ଯାଉଥିବା ବେଳେ ଗାଡି ଚକା ପଙ୍କଚର ହୋଇଗଲେ ଗାଡି ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଥାଏ । ହେଲେ ଭାଇରାଲ ହେଉଥିବାର ଭିଡିଓ ଦେଖିବା ପରେ ଆପଣ ଚକିତ ହୋଇଯିବେ ।

ଭିଡିଓନୁଯାୟୀ , ଫୁଲ୍ ସ୍ପିଡରେ ଗାଡି ଯିବା ପରେ ମଧ୍ୟ ଦୁର୍ଘଟଣା ହେଉନି ବରଂ ଚଳନ୍ତା ଗାଡିର ଟାୟାର ଚେଞ୍ଜ ହେଉଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି । ରାସ୍ତାରେ ଅଟୋ ଦୁଇ ଚକାରେ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ଅଟୋ ଭିତରୁ ବାହାରି ପଙ୍କଚର ଚକା ବାହାର କରୁଛନ୍ତି । ଆଉ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ଅଟୋରୁ ଜଣେ ବାଳକଙ୍କ ଠାରୁ ଭଲ ଚକ ଆଣି ନିଜ ଅଟୋରେ ଲଗାଉଛନ୍ତି ଡ୍ରାଇଭର ଜଣକ । ତେବେ ଭାଇରାଲ ଭିଡିଓ ଦେଖିବା ପରେ ଏମିତି ବିପଦପୂର୍ଣ୍ଣ କାମ ନକରିବାକୁ ୟୁଜର୍ସମାନେ କମେଣ୍ଟ ଦେଇଛନ୍ତି ।

 

 

Related posts

ବିବାଦ ଘେରରେ ହକି ତାରକା: ବନ୍ଧୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରେନ୍ଦ୍ର ଲାକ୍ରାଙ୍କ ନାରେ ଅଭିଯୋଗ !

mahabharatanews

ଧାମନଗର ଉପ ନିର୍ବାଚନ: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଧାମନଗର ଫଳାଫଳ

mahabharatanews

ମାଲକାନାଗିରି ଜିଲ୍ଲାରୁ ତିନି କରୋନା ସଂକ୍ରମଣ ଚିହ୍ନଟ

mahabharatanews