(ଭୁବନେଶ୍ୱର) : ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଢେଙ୍କାନାଳରେ ରିଲିଜ ହୋଇଛି। ଆସନ୍ତା ଜୁନ ୧୪ରେ ରିଲିଜ୍ ହେବ ବୋଲି ଜଣାପଡିଛି । ତେବେ ଫିଲ୍ମଟି ଅଧିକରୁ ଅଧିକ ଲୋକପ୍ରିୟ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି ।
ଆଜି ଏହାର ଟ୍ରେଲର ରିଲିଜ ହୋଇଛି ବୋଲି ଅଭିନେତା ଅନୁଭବ ସୂଚନା ଦେଇଥିଲେ। ଏହା ଛଡା ସେ କହିଛନ୍ତି ଯେ , କଳା ସଂସ୍କୃତିର ମାଟି ହେଉଛି ଢେଙ୍କାନାଳ। ଚଳଚ୍ଚିତ୍ର ଜଗତକୁ ଏହି ମାଟିର ଅବଦାନ ଅନନ୍ୟ। ଏଠାକାର ବହୁ ପ୍ରତିଭାବାନ କଳାକାର ସିନେମା ଶିଳ୍ପରେ ସୁନାମ ଅର୍ଜନ କରିଛନ୍ତି। ଜାତୀୟସ୍ତରରେ ମଧ୍ୟ ନାମ କରିଛନ୍ତି।