ମନୋରଞ୍ଜନ

ହନି ସିଂଙ୍କୁ ଡେଟ୍ କରୁଛନ୍ତି ନୁଶରତ

ବ୍ୟୁରୋ : ପଞ୍ଜାବୀ ଗାୟକ ତଥା ରାପର ୟୋ ୟୋ ହନି ସିଂ । ତାଙ୍କ ଆଲବମ୍ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଚର୍ଚ୍ଚା ଲାଗିରହିଛି । ଏଥିସହିତ ଗତ ମାସରେ ତାଙ୍କ ଗର୍ଲଫ୍ରେଣ୍ଡ ଟିନା ଥାଡାନୀଙ୍କ ସହ ହନିଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା । ଏହି ବ୍ରେକଅପ୍ ହେବା ପରେ ବଲିଉଡ ଅଭିନେତ୍ରୀ ନୁଶରତ ଭାରୁଚାଙ୍କ ନାମ ଆସିଛି । ତାଙ୍କ ସଙ୍ଗୀତ ଆଲବମ୍ ପାଇଁ ନଶରତ ହନିଙ୍କ ସହ ହାତ ମିଳାଇଥିଲେ । ସେହି ସମୟରେ ସେମାନଙ୍କ ସମ୍ପର୍କର ଗୁଜବ ଉଠିବା ଆରମ୍ଭ ହୋଇଛି । ଟିନାଙ୍କ ସହ ବ୍ରେକଅପ୍ ପରେ ଏବେ ହନି ସିଂହ ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚାଙ୍କୁ ଡେଟ୍ କରୁଥିବା କୁହାଯାଉଛି ।

ଦୁହେଁ ଏକ ମ୍ୟୁଜିକ ଭିଡିଓରେ କାମ କରିବା ପରେ ପରସ୍ପରର ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି ।କିଛି ଦିନ ତଳେ ଦୁହେଁ ଏକ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । ନୁସରତଙ୍କ ପାଇଁ ହନି, ଟିନାଙ୍କ ସହ ସବୁ ସମ୍ପର୍କ ଭାଙ୍ଗିଥିବା କୁହାଯାଉଥିବା ବେଳେ ନୁସôର ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ କାହା ସହିତ ମୋ ନାଁ ଯୋଡା ଯାଇନାହିଁ । ଏତେ କାମ କରିବା ପରେ ବି ମୁଁ କାହାକୁ ଡେଟ୍ କରୁଛି ବୋଲି କେବେ ଚର୍ଚ୍ଚା ହୋଇନଥିଲାୟ କିନ୍ତୁ ଯେତେବେଳେ ମୁଁ ହନି ସିଂଙ୍କୁ ଡେଟ କରିବାର ଗୁଜବ ଶୁଣିଲି, ସେତେବେଳେ ମୁଁ ଖୁସି ହେଲିୟ କାରଣ ଏତେମ ମ ଦିନ ପରେ ମୁଁ କାହାକୁ ଡେଟ କରୁଛି ବୋଲି ଚର୍ଚ୍ଚା ହେଉଛି ।ଏବେ ଲୋକମାନେ ରାପିଡ୍ ଫାୟାରରେ ମୋତେ ଏନେଇ ପ୍ରଶ୍ନ ନିଶ୍ଚିତ କରିବେ ।

Related posts

୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’ 

mahabharatanews

ଚର୍ଚାରେ ଅଭିନେତ୍ରୀ ସୋନମ କପୁରଙ୍କ ଘର

mahabharatanews

ନିଜ ଘରକୁ ବନ୍ଧକ ରଖିଲେ ପ୍ରିୟଙ୍କା

mahabharatanews