ଓଡିଶା

ଅଜିଠାରୁ ରାୟଗଡ଼ ଟ୍ରକ ମାଲିକ ସଂଘ ର ସଭାପତି ପଦ ଗ୍ରହଣ କରିଛନ୍ତି ୟେଲ୍ଲା କୋଣ୍ଡାବାବୁ

ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ଟ୍ରକ ଆସୋସିଏସନର ଆଜି ନିର୍ଦ୍ଵନ୍ଦରେ ସଭାପତି ଭାବେ ୟେଲ୍ଲା କୋଣ୍ଡାବାବୁ ବିଜୟ ଲାଭ କରିଛନ୍ତି । ଅଜିଠାରୁ ରାୟଗଡ଼ ଟ୍ରକ ମାଲିକ ସଂଘ ର ସଭାପତି ପଦ ଗ୍ରହଣ କରିଛନ୍ତି । ଗତକାଲି ରାୟଗଡ଼ ଟ୍ରକ ୟୁନିଅନର ନାମାଙ୍କନ ପତ୍ର ଦାଖଲ ସମୟ ଦିନ ଅପରାହ୍ନ ୧୨ ଟା ରୁ ୩ ଟା ପର୍ୟ୍ୟନ୍ତ ଥିବା ବେଳେ ଆଜି କେବଳ ସଭାପତି ପଦ ପାଇଁ ୟେଲ୍ଲା କୋଣ୍ଡାବାବୁ ନାମାଙ୍କନ ଦାଖଲ କରିଥିବା ବେଳେ କାର୍ୟ୍ୟକାରୀ ସଭାପତି ପାଇଁ ରାମ ମୋହନ ରାଓ, ସାଧାରଣ ସମ୍ପାଦକ ପାଇଁ କେ ଜାନିକି ରାମୟା ଉପସଭାପତି ପାଇଁ କେ ସୂର୍ୟା ଓ ଧରମା, ଯୁଗ୍ମ ସମ୍ପାଦକ ପାଇଁ ଏମ ଭାନୁ ପ୍ରସାଦ ଓ ସୁଧା ମୁଦୁଲି, କୋଷାଧ୍ୟକ୍ଷ ପାଇଁ ଭି ପ୍ରସାଦ ଓ ପ୍ରଶାନ୍ତ ସାମଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ର ଶେଷ ସମୟ ଆଜି ଦିନ ଅପରାହ୍ନ ତିନିଟା ପର୍ୟ୍ୟନ୍ତ ଥିବା ବେଳେ ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିନଥିଲେ ଫଳରେ ୟୁନିଅନର ସଭାପତି ଭାବେ ନିର୍ଦ୍ଵନ୍ଦରେ କୋଣ୍ଡାବାବୁ ନିର୍ବାଚିତ ହୋଇଛନ୍ତି । ନିୟମାନୁଯାୟୀ ଆଜି ବିଧିବଦ୍ଧ ଭାବେ ଏହାର ଘୋଷଣା ହେବାପରେ ଆଜି ଦିନ ୧୦ ଟା ବେଳେ କୋଣ୍ଡା ବାବୁ ଓ ଅନ୍ୟ ସମସ୍ତ ବିଜୟୀ ପ୍ରାର୍ଥୀ ମା ମଝିଘରିଆଣୀ ମନ୍ଦିର କୁ ଯାଇ ମାଙ୍କ ଆଶୀର୍ବାଦ ନେଇ ଏକ ବୃହତ୍ ରାଲିରେ ୟୁନିଅନର କାର୍ୟ୍ୟାଳୟ କୁ ଯାଇ ସେଠାରେ ସେ ପ୍ରଥମେ ସଭାପତି କାର୍ୟ୍ୟଭାର ଗ୍ରହଣ କରିଥିଲେ।

Related posts

ଗଜପତି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସଚେତନତା

mahabharatanews

ବିବାଦ ଘେରରେ ହକି ତାରକା: ବନ୍ଧୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରେନ୍ଦ୍ର ଲାକ୍ରାଙ୍କ ନାରେ ଅଭିଯୋଗ !

mahabharatanews

ପୋଲିସ ନିକଟରେ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

mahabharatanews