ଭାରତ

ତାମିଲନାଡୁରେ ‘ଦ କେରଳ ଷ୍ଟୋରି’ ବ୍ୟାନ୍ 

(ତାମିଲନାଡୁ) : ଫିଲ୍ମ ‘ଦ କେରଳ ଷ୍ଟୋରି’ କୁ ନେଇ ବିବାଦ ଥମିବାର ନାନେଉ ନାହିଁ । ବର୍ତ୍ତମାନ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି । ତାମିଲନାଡୁ ସରକାର ଆଜି ୦୭ ମଇ ରବିବାର ଠାରୁ ସମସ୍ତ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟ, ସିନେମା ହଲରେ ଏହି ଫିଲ୍ମ ନ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସିନେମା ରିଲିଜ୍ ହୁଏ ତେବେ ସିନେମା ଘରକୁ ଘେରାଯାଇ ବିକ୍ଷୋପ ପ୍ରଦର୍ଶନ କରାଯିବ ବୋଲି ଧମକ ଲଗାତାକ ଧମକ ଦେଉଛି ବିଭିନ୍ନ ରାଜନୈତିକ ଦଳ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି ।

ସୂଚନାନୁଯାୟୀ ,32,000  ବାଳିକା ନିଖୋଜଥିଲେ ପରେ ସେମାନେ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସରେ ଯୋଗ ଦେଇଥିଲେ ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଅନ୍ୟପଟେ ଅଦା ଶର୍ମାଙ୍କ ଅଭିନୀତ ‘ଦ କେରଳ ଷ୍ଟୋରି’ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ହିଟ୍ ପ୍ରମାଣିତ ହୋଇଛି ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୧୩୨୭ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

ପ୍ରସିଦ୍ଧ ପତ୍ରିକାର କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରା

mahabharatanews