ଭାରତ

ବୁକିଂ ବନ୍ଦ କରିବାକୁ ଗୋଫାଷ୍ଟକୁ ନିର୍ଦ୍ଦେଶ

(ଦିଲ୍ଲୀ) : ଅତିଶୀଘ୍ର ବିମାନ ଟିକେଟ ବୁକିଂ ବନ୍ଦ କରିବାକୁ ଗୋଫାଷ୍ଟକୁ ନିର୍ଦ୍ଦେଶ ଦେଲା ଡିଜିସିଏ। ଗୋଫାଷ୍ଟ ହଠାତ୍ ବିମାନ ଚଳାଚଳ ବାତିଲ କରିବା ଏବଂ ଆଇବିସି ଅଧୀନରେ ନିଜକୁ ଦେବାଳିଆ ଘୋଷଣା କରିବାକୁ ଏନସିଏଲଟିରେ ଆବେଦନ କରିବା ପରେ ଡିଜିସିଏ ବିମାନ ନିୟମ ୧୯୩୭ ଅନୁଯାୟୀ ଗୋଫାଷ୍ଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ସୂଚନାନୁଯାୟୀ ,ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ। ଏଥି ସହିତ, ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି। ଏହା ପୂର୍ବରୁ ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିବା ପରେ ମେ’ ୧୫ପର୍ଯ୍ୟନ୍ତ ବିମାନ ଟିକେଟ ବୁକିଂ ସ୍ଥଗିତ ରଖିଥିଲା ଏୟାରଲାଇନ।

Related posts

ପାର୍ବଣ ସମୟରେ ସତର୍କ ରହିବାକୁ ମୋଦିଙ୍କ ବାର୍ତ୍ତା

mahabharatanews

ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ 

mahabharatanews

କୃଷକ ଆନ୍ଦୋଳନ ୨.୦ : ୧୫ ଅଗଷ୍ଟରେ ସାରା ଭାରତରେ ଟ୍ରାକ୍ଟର ରାଲି

mahabharatanews