ମନୋରଞ୍ଜନ

 ‘ଦି କେରଳ ଷ୍ଟୋରୀ’ଫିଲ୍ମର ସଦସ୍ୟଙ୍କୁ ମିଳିଲା ସୁରକ୍ଷା 

(ମୁମ୍ବାଇ) : ଦି କେରଳ ଷ୍ଟୋରୀ’ଫିଲ୍ମର ସଦସ୍ୟମାନଙ୍କୁ ସୁରକ୍ଷା ପ୍ରଦାନ । ଫିଲ୍ମର ସଦସ୍ୟମାନଙ୍କୁ ମୁମ୍ବାଇ ପୁଲିସ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି । ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ର କ୍ରିୟୁ ସଦସ୍ୟଙ୍କୁ ଏହି ଫିଲ୍ମରେ କାର୍ଯ୍ୟ କରିଥିବା ହେତୁ ଧମକ ମିଳିଛି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜଣେ ଅଜଣା ବ୍ୟକ୍ତିଙ୍କ ନିକଟରୁ ଧମକ ଆସିବା କଥା ଫିଲ୍ମର ନିର୍ଦ୍ଦେଶକ ସୁଦିପ୍ତ ସେନ୍‌ ପ୍ରକାଶ କରିଥିଲେ।

ସୂଚନାନୁଯାୟୀ , ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖାଦେଇଛି। ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଥିଲା। ରିଲିଜ୍ ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ଏହାକୁ ନେଇ ବିବାଦ ଏବେ ବି ଲାଗି ରହିଛି।

Related posts

ଇନ୍‌ଷ୍ଟା ରିଲ୍‌ ଛାଡି  ବିବାଦରେ ଅଞ୍ଜଳି ଅରୋରା

mahabharatanews

 ଅନିଲ କପୁରଙ୍କ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ

mahabharatanews

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

mahabharatanews