ଭାରତ

କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୭୨୨କୁ ବୃଦ୍ଧି

(ଦିଲ୍ଲୀ) : କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସ ପାଉଛି କରୋନା ସଂକ୍ରମଣ । ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇ ୨୨,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୦୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୯,୭୪,୯୦୯ରେ ପହଞ୍ଚିଛି। କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୭୨୨କୁ ବୃଦ୍ଧି ପାଇଛି।

ହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୪୦୬କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି  ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୫%।

Related posts

ଅଗଷ୍ଟ ୨୬ରେ ସରୁଛି ସିଜେଆଇ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ

mahabharatanews

ଭାସିଗଲା କାଠ ପୋଲ; ଫସିଛନ୍ତି ୫୦ ତୀର୍ଥଯାତ୍ରୀ

mahabharatanews

ଦେଶରେ ଦିନକରେ ୩୪,୧୧୩ ଆକ୍ରାନ୍ତ ଚିହ୍ନଟ ଓ ୩୪୬ ଜଣ ମୃତ

mahabharatanews