Accidentଓଡିଶା

ଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ଼ସ୍ତିତ ମା ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରା ଅବସରରେ ଆତସବାଜି ପ୍ରଦର୍ଶନ ସମୟରେ ଭୟଙ୍କର ବିସ୍ପୋରଣ ଘଟିଛି । ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କୁ କଟକ ମେଡିକାଲ ଓ ୩ ଜଣଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତି କରାଯାଇଛି । ସୂଚନା ମୁତାବକ ପ୍ରତିବର୍ଷ ପରି ଚଳିତବର୍ଷ ମା ଶାରଳାଙ୍କ ପୀଠରେ ୨୧ ଦିନିଆ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଯାତ୍ରାର ଶେଷ ୨ ଦିନରେ ଆତସବାଜି ପ୍ରଦର୍ଶନ କରାଯାଉଥିଲା ଏଣୁ ସେଠାରେ ବହୁ ଲୋକ ଏହି ଆତସବାଜି ପ୍ରଦର୍ଶନ ଦେଖିବାକୁ ଜମା ହୋଇଥିଲେ । ଦୁର୍ଭାଗ୍ୟବଶତଃ ରାତି ୧୧ଟା ସମୟରେ ହେଉଥିବା ଆତସବାଜି ପ୍ରଦର୍ଶନ ସମୟରେ ଏଭଳି ଦୁଖଦାୟକ ଘଟଣା ଘଟିଛି । ବାଣ ଲଗା ଯାଉଥିବା ସମୟରେ ବାଣ ଫୁଟି ରଖାଯାଇଥିବା ବାଣ ବସ୍ତା ଉପରେ ପଡିଥିଲା ଯାହାଫଳରେ ଭୟଙ୍କର ବିସ୍ପୋରଣ ଘଟିଥିଲା । ଯାହାଫଳରେ ୭ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସଂଗେ ସଂଗେ କଟକ ବଡ଼ମେଡିକାଲ ପଠାଯାଇଥିଲା ଓ ଅନ୍ୟ ୩ ଜଣଙ୍କୁ ସ୍ତାନୀୟ ମଣିଜଙ୍ଗା ମେଡିକାଲ ଓ ପରେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Related posts

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର

mahabharatanews

ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ହୋଇନାହିଁ

mahabharatanews

ପାରା ମେଡିକାଲ ସ୍ୱାସ୍ଥ୍ୟ କର୍ମୀଙ୍କ ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

mahabharatanews