ଭାରତମନୋରଞ୍ଜନ

ଯୋଗୀ ଆଦିତ୍ୟନାଥ ଦେଖିଲେ ‘ଦ କେରଳ ଷ୍ଟୋରି’

ଉତ୍ତରପ୍ରଦେଶ: ‘ଦ କେରଳ ଷ୍ଟୋରି’ଫିଲ୍ମକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ‘ଦ କେରଳ ଷ୍ଟୋରି’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖିଛନ୍ତି।ଆଜି ୧୧.୩୦ ସମୟରେ ଯୋଗୀ ତାଙ୍କ ମନ୍ତ୍ରିମଣ୍ଡଳ ସହ ଅନ୍ୟ ସଦସ୍ୟଙ୍କ ସହ ଲୋକ ଭବନ ଅଡିଟୋରିୟମରେ ଏହି ଚଳଚ୍ଚିତ୍ର ଦେଖିଛନ୍ତି।ଏନେଇଆଜି ଯୋଗେୀ ଆଦିତ୍ୟନାଥ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।ରାଜ୍ୟରେ କେରଳ ଷ୍ଟୋରି ଚଳଚ୍ଚିତ୍ରକୁ ଟିକସମୁକ୍ତ କରିବା ପରେ ଯୋଗୀ ଆଜି ଏହି ଚଳଚ୍ଚିତ୍ର ଦେଖିଛନ୍ତି।ଯେଗୀ ‘ଦ କେରଳ ଷ୍ଟୋରି’ ର ନିର୍ମାତା, ନିର୍ଦ୍ଦେଶକ ଓ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ ଅଦା ଶର୍ମାକୁ ଭେଟିଛନ୍ତି ।ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣାରରେ କେରଳ ଷ୍ଟୋରିକୁ ଟିକସମୁକ୍ତ କରାଯାଇଛି।
‘ଦ କେରଳ ଷ୍ଟୋରି’କୁ ପଶ୍ଚିମବଙ୍ଗ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ତାମିଲନାଡ଼ୁରେ ଏହି ଫିଲ୍ମ ନିଷିଦ୍ଧ ହୋଇନଥିଲେ ସୁଦ୍ଧା ଥିଏଟର ମାଲିକମାନେ ଫିଲ୍ମ ପ୍ରଦର୍ଶନ କରିବେନି ବୋଲି ନିଷ୍ପତ୍ତି ନେଇଥିବାରୁ ସୁପ୍ରିମ୍କୋର୍ଟ କୋର୍ଟ ଆଜି ଏନେଇ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ସରକାରଙ୍କୁ ନୋଟିସ କରିଛନ୍ତି।

 

Related posts

ଓଡ଼ିଆ ଫିଲ୍ମରେ କପିଲ ଶର୍ମା

mahabharatanews

ହଠାତ ଅବତରଣ କଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର

mahabharatanews

‘ଦି କେରଳ ଷ୍ଟୋରୀ’ ପରେ ଆସୁଛି ‘ବସ୍ତର’

mahabharatanews